ଛିନ୍ଦେଇକେଲା ହାଇସ୍କୁଲରେ ବାର୍ଷିକ କ୍ରୀଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ହାଇସ୍କୁଲରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କାହ୍ନୁଚରଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟି ସଭାପତି ସୁରେଶ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ରତିକାନ୍ତ ସାହୁ, ଭାଗୀରଥି ଧରୁଆ, ଦିଲ୍ଲୀପ କୁମାର ସାହୁ, ମାଳତୀ କୁଅଁର, ପୁଷ୍ପଲତା ସାହୁ ଯୋଗଦେଇ ଖେଳ ଉଦଘାଟନ କରିଥିଲେ । ଖେଳ ଶିକ୍ଷକ ହେମସାଗର ସାହୁ ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି ନନ୍ଦୀକିଶୋର ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସିଆର୍‌ସିସି ସନ୍ତୋଷ କୁମାର ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଫକୀର ମୋହନ ବାରିକ, ଅଶ୍ୱିନୀ କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ, ଜ୍ୟୋତିରଞ୍ଜନ ପ୍ରଧାନ ପରିଚାଳନା ସହଯୋଗ କରିଥିବା ବେଳେ ଶିକ୍ଷକ ଫକୀର ମୋହନ ବାରିକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.