
ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ଅସରାଏ ବର୍ଷାରେ ପାଟଣାଗଡ ଡାକ୍ତରଖାନା ଭିତରେ ଲହଡି ମାରୁଛି ପାଣି । ଏପରିକି ଜେନେରେଟର ନଥିବାରୁ ବିଦ୍ୟୁତ ବିଚ୍ଛିନ୍ନ ପରେ ଅନ୍ଧାରରେ ରୋଗୀସେବା କରିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର । ଏହି ଡାକ୍ତରଖାନାରେ ଏହା ନିତିଦିନିଆ ଘଟଣା ହୋଇଥିଲେ ସୁଦ୍ଧା କେବେ ସୁଧୁରୁନି ସମସ୍ୟା । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କ୍ଷୋଭ ପ୍ରକାଶ କରୁଛନ୍ତି ଜନସାଧାରଣ ।