om academy

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ପୋଲ ଉପରେ ଜଳସ୍ତର ବଢ଼ିବାରୁ ଯାତାୟାତ ଠପ୍‌

jsm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ସଙ୍ଗେ ବଲାଙ୍ଗିର ଜିଲ୍ଲାରେ ବଢ଼ିଯାଇଛି ଦୁର୍ଦ୍ଦଶା । କେଉଁଠି ଘର ଭିତରେ ପାଣି, ତ କେଉଁଠି ବ୍ରିଜ ଉପରକୁ ଜଳସ୍ତର ବୃଦ୍ଧି ପାଇଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମରୁ ବେନକେରା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପୋଲ ଉପରେ ଜଳସ୍ତର ବଢିଥିବାରୁ ଲୋକେ ବହୁତ ହଇରାଣ ହେଉଛନ୍ତି । ପାଖାପାଖି ୧୦ଟି ଗ୍ରାମର ଲୋକ ପ୍ରତିଦିନ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ପ୍ରବଳ ବର୍ଷାରୁ ବାରମ୍ବାର ଏମିତି ପରିସ୍ଥିତି ଘଟୁଥିବାରୁ ସ୍ଥାନୀୟ ଲୋକେ ଓଭର ବ୍ରିଜ ନିର୍ମାଣ ହେଲେ ଯିବାଆସିବା ସୁବିଧା ହେବ ବୋଲି ଦାବୀ କରୁଛନ୍ତି । ବର୍ଷା ଲାଗି ରହିବାରୁ ଚାଷି ଜମିଗୁଡିକ ପାଣିରେ ବୁଡି ରହିଛି ଫଳରେ ଚାଷ ନଷ୍ଟ ହେବା ନେଇ ସ୍ଥିତି ଉପୁଜିଛି । ଏନେଇ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା ଏବଂ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ବର୍ଷା ଜନିତ କ୍ଷୟକ୍ଷତି ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଥିଲେ ।

Leave A Reply

Your email address will not be published.