ଲାଲ୍ ବାହିନୀର ବର୍ବର କାଣ୍ଡ : ପୋଲିସ କ୍ୟାମ୍‌ରେ ନକ୍ସଲଙ୍କ ଆକ୍ରମଣରେ ୪ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଥିବା ପୋଲିସ କ୍ୟାମ୍‌ରେ ନକ୍ସଲ ଆକ୍ରମଣ ହୋଇଥିବା ଖବର ମିଳିଛି । ନକ୍ସଲଙ୍କ ଆକ୍ରମଣରେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ତେବେ ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଛି । ଗୁରୁତର ଅବସ୍ଥାରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ କୁଟରୁ ଥାନା ଦରଭା ପୋଲିସ କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା ସହ ବୋମା ବିସ୍ଫୋରଣ ମଧ୍ୟ କରାଯାଇଥିଲା । ଦୀର୍ଘ ଚାରି ଘଣ୍ଟା ଧରି ସୁରକ୍ଷା କର୍ମୀ ଏହାର ପାଲଟା ଜବାବ ଦେଇଥିଲେ । ନକ୍ସଲ ଆକ୍ରମଣରେ ଚାରି ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ବାୟୁସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ପରେ ନକ୍ସଲମାନେ ପଳାୟନ କରିଥିବା ବେଳେ ସେଠାରେ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.