jayashree

ବାପାଙ୍କ ଶୁଦ୍ଧି ବୁଡ଼ ପକେଇବା ବେଳେ ପୋଖରୀରେ ବୁଡ଼ିଗଲେ ୨ ଝିଅ : ଜଣେ ଜୀବିତ, ଜଣେ ମୃତ

ପଟ୍ଟାମୁଣ୍ଡାଇ : ବାପାଙ୍କ ଶୁଦ୍ଧି ବୁଡ଼ ପକାଇବାକୁ ଯାଇ ପୋଖରୀରେ ଦୁଇ ଝିଅ ବୁଡ଼ି ଯାଇଥିବା ଜଣାପଡ଼ିଛି । ଜଣେ ଜୀବିତ ଉଦ୍ଧାର ହୋଇ ପାରିଥିବା ବେଳେ ଅନ୍ୟ ଜଣକର ମୃତ୍ୟୁ ଘଟିଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଅରୁଆ ଗ୍ରାମର ଗତ ଦଶ ଦିନ ତଳେ ରୋଗାକ୍ରାନ୍ତ ବାପା ସଂଜୟ ନନ୍ଦି(୫୦) ଦୀର୍ଘ ବର୍ଷେ କାଳ ସ୍ନାୟୁ ରୋଗାରେ ପୀଡ଼ିତ ହେବା ପରେ ମୃତ୍ୟୁବରଣ କରିଥିଲେ । ତେବେ ତାଙ୍କ ଦଶାହ ଶୁଦ୍ଧି ବୁଡ଼ ପକାଇବାକୁ ଯାଇ ତାଙ୍କ ୨୨ ବର୍ଷର ଓ ୨୦ ବର୍ଷର ଦୁଇ ଝିଅ ଶିବାନୀ ଓ ଭବାନୀ ଆଉ ଜଣେ ସଂପର୍କୀୟା ଭଉଣୀଙ୍କ ସହ ମିଶି ପାଖ ପୋଖରୀକୁ ଯାଇଥିଲେ । ଗାଧୋଇବା ବେଳେ ସାନ ଝିଅ ଭବାନୀ ବୁଡ଼ି ଯାଉଥିବା ଦେଖି ବଡ଼ ଭଉଣୀ ଶିବାନୀ ତାକୁ ଉଦ୍ଧାର କରିବାକୁ ଆଗେଇ ଯାଇଥିଲା । କିନ୍ତୁ ଦୁଇ ଭଉଣୀ ପାଣିରେ ବୁଡ଼ି ଯାଉଥିବା ଦେଖି ସଂପର୍କୀୟା ଭଉଣୀ ଜଣକ ଡାକ ପକେଇବାରୁ ପାଖଆଖରେ ଥିବା ଲୋକେ ଆସି କିଛି ସମୟ ଭିତରେ ବଡ଼ ଭଉଣୀ ଶିବାନୀକୁ ଉଦ୍ଧାର କରିଥିଲେ ବି ଭବାନୀକୁ ଉଦ୍ଧାର କରି ପାରି ନଥିଲେ । ଫଳରେ ଦମକଳ ବାହିନୀ ଗାଁକୁ ପହଂଚି ଭବାନୀଙ୍କ ମୃତ ଦେହ ଉଦ୍ଧାର କରିଥିଲା । ତେବେ ଏହି ଘଟଣା ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.