ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ନମିତା ରାଣୀ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ, ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ପ୍ରତିଷ୍ଠାନର ସିଆର୍‌ସି ବଲାଙ୍ଗିରର ଅଡିଓଲୋଜିଷ୍ଟ ଧରିତ୍ରୀ ଗଡତ୍ୟା, ଅନିଲ କୁମାର ନାୟକ ଓ ରାମ ପ୍ରସାଦ ମହାଲିଙ୍ଗ ଯୋଗ ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଟିଏଲ୍‌ଏମ୍ କିଟ୍, ଶ୍ରବଣ ଯନ୍ତ୍ର, ହ୍ୱିଲ୍ ଚେୟାର, ସିପି ଚେୟାର ଆଦି ବଣ୍ଟନ କରିଥିଲେ ଓ ନୂତନ ଭାବେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ପାଇଁ ଚିହ୍ନଟ କରାଯାଇଥିଲା । ବିଆର୍‌ଟି ଜୁଲ୍ ଫିକର୍ ଖାନ୍, ଅଶୋକ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଆର୍‌ସିସି ଷଢାନନ ପ୍ରଧାନୀ ସଭା ସଞ୍ଚାଳନ କରିଥିଲେ । ରମେଶ ଚନ୍ଦ୍ର ଭୋଇ, ରମାକାନ୍ତ ମହାପାତ୍ର, ଟଙ୍କାଧର ସା, ଭୁକା ନନ୍ଦ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.