oom

ଅକ୍ଷୟ ତୃତୀୟାରେ ପଣା ବଣ୍ଟନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆମ୍ବାଗାନ ଛକ ଠାରେ ନିଖିଳ ଉତ୍କଳ କୈବର୍ତ୍ତ ସମାଜ ତରଫରୁ ପଥଚାରୀଙ୍କ ପାଇଁ ପଣା ବଣ୍ଟନ କରାଯାଇଥିଲା । କୈବର୍ତ୍ତ ସମାଜର ଉପଦେଷ୍ଟା ଜଗବନ୍ଧୁ ବେହେରା ଓ ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ, କବି କୁଞ୍ଜବିହାରୀ ରାଉତ, ସମାଜସେବୀ ସରୋଜ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସୂଚନାଯୋଗ୍ୟ ଯେ, କୈବର୍ତ୍ତ ସମାଜ ଦୀର୍ଘ ୨୪ ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ କରିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ଆୟୋଜନ କରି ସାମାଜିକ ପ୍ରତିବଦ୍ଧତାକୁ ବଜାୟ ରଖିଛି । ଏହି ଅବସରରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଶାରେ ୪ଟି ପବିତ୍ର ଦିନ ରଥଯାତ୍ରା, ବିଜୟା ଦଶମୀ, ଶ୍ରୀପଞ୍ଚମୀ ଓ ଅକ୍ଷୟ ତୃତୀୟା ଧୁମଧାମରେ ପାଳିତ କରାଯାଏ । ଏହାକୁ କୃଷିଭିତ୍ତିକ ଗଣପର୍ବ ଭାବେ ଅବହିତ କରି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ କୁମୁଦ ବେହେରା, ବନ୍ଧୁଆ ବେହେରା, କୈଳାସ ବେହେରା, ହଜାରୀ ବେହେରା, ପ୍ରସନ୍ନ ସାମଲ, ସୁଧାକର ବେହେରା, ସୁଧାକର ସାହୁ, ଲକ୍ଷ୍ମୀପ୍ରିୟା ବେହେରା, ସଞ୍ଜୁକ୍ତା ଦାସ, ପବିତ୍ର ମୋହନ ବେହେରା, ବିକାଶ ମାଝୀ, କବିତା ବେହେରା, ବାବୁଲି ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.