ବେଲପଡା, (ଭୋଜରାଜ ଦଣ୍ଡସେନା) : ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନାଁରେ ଚଳାଇଥିଲେ ବେପାର । ଲୋକଙ୍କୁ କେଭିଙ୍କ ଓଏସ୍ଡି ଏବଂ ପିଏ କହି ଚାକିରି କରାଇ ଦେବାକୁ କହି ଲୁଟ୍ କରୁଥିଲେ ୨ ଠକ । ଏ ବିଷୟରେ ଖବର ପାଇ ପାଟଣାଗଡ ପୋଲିସ ନିଜେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପାଟଣାଗଡ ଥାନା ବିଲାଇସାଥି ଗ୍ରାମର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗ୍ରାମର ସୁଶୀଲ ରାଓଙ୍କ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି । ସେମାନ କେଭିଙ୍କ ବ୍ୟକ୍ତିଗତ ସହାୟକ ଏବଂ ଓଏସ୍ଡି ପରିଚୟ ଦେଇ ୩ ଜଣଙ୍କ ଠାରୁ ଆଉଟସୋର୍ସିଂରେ ଚାକିରି ଦେବାକୁ କହି ୨ ଲକ୍ଷ ୧୦ ହଜାର ଟଙ୍କା ଠକିଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ଏସ୍ଡିପିଓ ସଦାନନ୍ଦ ପୂଜାରୀ ସୂଚନା ଦେଇଛନ୍ତି ।