ଅଷ୍ଟମ ବାଟାଲିୟନରେ ବନ ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗା ନିକଟସ୍ଥ ଛତ୍ରପୁର ଓ ଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ବାଟାଲିୟନ ପକ୍ଷରୁ ଗ୍ରୀନ ଡ୍ରାଇଭ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ସବୁଜ ସୁନ୍ଦର ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଟାଲିୟନ କମାଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମଲିକ ମୁଖ୍ୟ ଭାବେ ଯୋଗଦେଇ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଦୁର୍ଲଭ ମାର୍କେଟିଂ କମ୍ପାନୀ ନିର୍ଦ୍ଧେଶକ ଦେବ ଦୁର୍ଲଭ ସାହୁ, ପରିବେଶବିତ ସନ୍ଥ ଜୀବନ ବାବା, ବ୍ରହ୍ମପୁର ଲାୟନ୍ସ କ୍ଳବ ସଭାପତି ଯୋଗେନ୍ଦ୍ର କୁମାର ନାୟକ, ଲାୟନ୍ସ କ୍ଳବ ସଦସ୍ୟ ଅରୁଣ ପ୍ରସାଦ ପଣ୍ଡା, ଆଦିକାନ୍ତ ଦାଶ ମହାରାଜ, ଦେବଦତ୍ତ ମେକାପ, ଅନୁପ ଚୌଧୁରୀ, ପଙ୍କଜିନି ଜେନା, ସନ୍ୟାସୀ ଗୌଡ଼, ଆସିଷ୍ଟାଣ୍ଡ କମାନଡେଣ୍ଟ ଏଲ. ଏନ୍‌ ବେହେରା, ଅରୁଣ ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ସୁବେଦାର ପି .କେ ସେଠି, ଡେପୁଟି ସୁବେଦାର ସରୋଜ କାନ୍ତ ସାହୁ, ଟିଟନ କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଟାଲିୟନ ପରିସରରେ ନୂତନ ଭାବେ ଖନନ କରାଯାଇଥିବା ପୁଷ୍କରିଣୀ ଚତୁର୍ପାର୍ଶ୍ଵରେ ୨୦୦ ବିଭିନ୍ନ କିସମର ଚାରା ରୋପଣ କରିଥିଲେ । ନବ ନିର୍ବାଚିତ ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ, ସମ୍ପାଦକ ମରୁତ କୁମାର ପରିଡା, କୋଷାଧ୍ୟକ୍ଷ ସୁରେଶ ଗୌଡ଼, ପୂର୍ବତନ ସଙ୍ଘ ସଭାପତି ପ୍ରଭାକର ବେହେରା, ସଙ୍ଘ କର୍ମକର୍ତା ହିମାଂଶୁ ପାତ୍ର, ଜିତୁ ପ୍ରଧାନ ପ୍ରମୁଖଙ୍କ ସହ ବଟାଲିୟନର ଅଫିସର, ହାବିଲଦାର ଓ ସୀମାହିମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.