ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ କେଛୋମୁହାଣ ଗ୍ରାମରେ ନାବାଳିକା ଝିଅର ବିବାହ କରାଯାଉ ଥିବା ଏନେଇ ପ୍ରଶାସନ ପାଖରେ ଖବର ପହଞ୍ଚିଲା ପରେ ଉକ୍ତ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ପ୍ରଶାସନ । ଘଟଣାରୁ ପ୍ରକାଶ ଯେ, କେଛୋମୁହାଣ ଗ୍ରାମର ଶନିବାରୁ ନାଗଙ୍କ ନାବାଳିକା ଝିଅ ସହ ଲାଚୁଟ ଗ୍ରାମର ଦ୍ୱିତୀୟ। ମହାନନ୍ଦଙ୍କ ପୁଅ ସହ ବିବାହ ପାଇଁ ସ୍ଥିରୀକୃତ ହୋଇଥିଲା । ତେବେ ଆସନ୍ତା ୪ ତାରିଖ ଦିନରେ ବିବାହ ହେବା ପାଇଁ ଯାଉଥିଲା ।ଏ ସମ୍ପର୍କରେ ସଇଁନ୍ତଲା ସିଡିପିଓ ସବିତା ଦାସ, ଚାଇଡ଼ଲାଇନ୍ ବିଭାଗର ସଦସ୍ୟ ତପିବନ ଭୋଇ, ସୁପରଭାଇଜର ଚନ୍ଦନା ମହାନନ୍ଦ, ଶ୍ରୀମନ୍ତ ଥାନାପତି, ଥାନା ଏଏସଆଇ ରବୀନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ସନାତନ ଦୀପ, ଅଙ୍ଗନବାଡି କର୍ମି ପ୍ରମୁଖ ନାବାଳିକା ଝିଅଙ୍କ ଘରେ ପହଁଚିବା ପରେ ପରିବାର ଲୋକେ ଲୁଚି ରହିଥିବା ବେଳେ ପ୍ରଶାସନର ପ୍ରଚେଷ୍ଟାରେ ପରିବାର ଲୋକେ ବାହାରକୁ ଆସିଥିଲେ । ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ଶେଷରେ ରାଜି ହୋଇଥିଲେ ଓ ଏକ ଚୁକ୍ତିନାମା ମଧ୍ୟ କରାଯାଇଥିଲା । ଯଦି ଏହି ନିୟମକୁ ଉଲଘଂନ କଲେ ତେବେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.