ls

ସଇଁତଲା ଉଚ୍ଚ ବାଳିକା ବିଦ୍ୟାଳୟରେ ବୃକ୍ଷରୋପଣ

sb

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ପ୍ରକାର ଗଛ ଲଗାଇବା ସହ ଛାତ୍ରୀମାନଙ୍କୁ ବୃକ୍ଷରୋପଣ ସମ୍ପର୍କରେ କହିଥିଲେ । ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ବିନାୟକ କୁମ୍ଭାରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗାଇଡ଼ କ୍ୟାପଟେନ ରଂଜିତା ମିଶ୍ର ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଗଛ ଲଗାଇ ଥିଲେ । ଉତ୍ସବରେ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ତ୍ରିପାଠୀ, ଶିକ୍ଷକ ବ୍ରହ୍ମା ଭୋଇ, ନିପନ ନାୟକ, ବନିତା ପ୍ରଧାନ, ସନ୍ଧ୍ୟାରାଣୀ ମିଶ୍ର, ପଦ୍ମାଳୟା ତ୍ରିପାଠୀ, ବୀଣାପାଣି ନନ୍ଦ, ବାସୁଦେବ ସୁନାନୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୃକ୍ଷ ହିଁ ଜୀବନ, ଆମେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ମେସେଜ ଟି ଦିଆଯାଇଥିଲା ।

pc pk
Leave A Reply

Your email address will not be published.