centurian jitm

ରକ୍ତ ରଞ୍ଜିତ ହେଲା ବେଲଖଣ୍ଡି ଶୈବ ପୀଠ : ଭକ୍ତଙ୍କ ଆଗରେ ହାରମାନିଲା ପ୍ରଶାସନ, ହଜାର ହଜାର ନିରୀହ ପଶୁ ପକ୍ଷୀଙ୍କ ବଳୀ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀ ସଂଗମ ସ୍ଥଳରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ବଳୀ ଦିଆଯାଇଛି । ଭକ୍ତଙ୍କ ଆଗରେ ପ୍ରଶାସନ ହାର ମାନିଛି । ରକ୍ତ ରଞ୍ଜିତ ହୋଇପଡିଛି ଶୈବ ପୀଠ । ଓଡ଼ିଶାର ଶୈବ ପୀଠରେ ବଳି ଦେବାର ପରମ୍ପରା ବିରଳ ହୋଇଥିବା ବେଳେ ଏଠାରେ କିନ୍ତୁ ଶିବ ଓ ଶକ୍ତିର ମିଳନ ଦେଖିବାକୁ ମିଳିଛି । ମଧ୍ୟ ରାତ୍ରୀରେ ମା’ ଭୈରବୀ ତାଲଭରା ଗାଁରେ ଥିବା ମୁଖ୍ୟ ପୂଜକ ଦ୍ଵାରିକା ପ୍ରସାଦ ସିଂଙ୍କ ଘରୁ ବାହାରି ଭୋରରେ ଧବଳେଶ୍ବର ପୀଠିରେ ପହଞ୍ଚି ଥିଲେ । ଆଦିବାସୀ ବିଶ୍ୱାସ ଅନୁସାରେ ସକାଳୁ ପୂଜାର୍ଚ୍ଚନା ପରେ ଧବଳେଶ୍ବରଙ୍କ ମନ୍ଦିରରୁ ଚଣ୍ଡୀ କାଲିସି ରୂପରେ ସବାର ହେବା ପରେ ତାଙ୍କୁ କାନ୍ଧରେ ବୋହି ଦେବ ମୁହାଣ ପର୍ୟ୍ୟନ୍ତ ଅଣାଯାଇଥିଲା । ଦେବ ମୁହାଣରେ କଳାହାଣ୍ଡି ରାଜାଙ୍କ ଦ୍ଵାରା ପ୍ରେରିତ ବୋଦାକୁ ବଳି ଦିଆଯାଇଥାଏ । ପ୍ରଥାନୁଯାୟୀ କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ ଓ ଫୁଲବାଣୀର ଅଠର ମାଝୀ ଷୋହଳ ପଧାନୀ ଆଦିବାସୀ ମାନଙ୍କ ଠାରୁ ଅରୁଆ ଚାଉଲ, ଫୁଲ, ସିନ୍ଦୂର ଏବଂ ଟାଙ୍ଗି ଆସିବା ପରେ ସିଦ୍ଧେଶ୍ୱରୀ ପୀଠରେ ପୂଜା କରାଯାଇଥାଏ । ସେହିଭଳି ଗୁର୍ଜାଭଟାରୁ ଆସିଥିବା ନିଶାନରେ ଦେବୀ ବସିବା ପରେ କଣ୍ଟାଦୋଳିରେ ଦୋଳି ଖେଳିଥିଲେ । ପରେ ପରେ ସିଦ୍ଧେଶ୍ୱରୀ ଚଣ୍ଡୀଙ୍କ ଠାରେ ମନସ୍କାମନା କରିଥିବା ଭକ୍ତ ମାନେ ଆଣିଥିବା ବୋଦାକୁ ବଳି ଦିଆଯାଇଥିଲା । ଏଠାରେ ଆଜି ପ୍ରାୟ ୩ଶହରୁ ଅଧିକ ବଳି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଏଠାରେ ମନସ୍କାମନା ପାଇଁ ଦେବୀଙ୍କୁ ମନାସିଲେ, ତାହା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତ ମାନେ ପ୍ରକାଶ କରିଛନ୍ତି । ପ୍ରାଚୀନ କାଳରେ ଏଇ ଅଞ୍ଚଳରେ କନ୍ଧମାନେ ବସବାସ କରିଆସୁଥିଲେ । ଏଠାରେ ସପ୍ତମାତୃକା ପୂଜା କରାଯାଉଥିବା ବେଳେ ଏହା ବାଦ ଐତିହାସିକ ମତରେ ଏହି ମନ୍ଦିରଟି ନବମ ଶତାଦ୍ଦୀରେ ନିର୍ମାଣ ହୋଇଥିବା ଜଣାଯାଏ । ଏଇ ମନ୍ଦିରଟି ଉତେଇ ଓ ତେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଥିବା ଏବଂ ନଦୀର ଦୁଇ କୂଳରେ ଦୁଇଟି ଶିବ ମନ୍ଦିର ଥିବାରୁ ଏଥିରେ କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ସୋନପୁର, ବୈ।ଦ, ଫୁଲବାଣୀ ତଥା ପଡେ଼ାସି ଛତିଶଗଡ଼ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ବେଲଖଣ୍ଡି ଧବଳେଶ୍ବର ଶିବ ମନ୍ଦିର ।କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଏଥର ଜମିନି ମେଳା, କୋଭିଡ କଟକଣା ହେତୁ କୈାଣସି ଦୋକାନ ବଜାର, ମୀନାବଜାର, ସାଂସ୍କୃତିକ କାର୍ୟ୍ୟକ୍ରମ ତଥା ନାମଯଜ୍ଞର ଆୟୋଜନ କରାଯାଇନାହିଁ । କେବଳ ପାରମ୍ପାରିକ ରୀତିରେ ନୀତିକାନ୍ତ ମଧ୍ୟରେ ମହାପ୍ରଭୁ ଧବଳେଶ୍ୱରଙ୍କର ମହାଶିବରାତ୍ରୀ ପୂଜା ଅର୍ଚ୍ଚନା ହେଉଥିବା ଦେଖିବାକୁ ମିଳିଥିଲା ।
ତେବେ ଅଷ୍ଟମ-ନବମ ଶତାଦ୍ଦୀର ଏଇ ଶୈବପୀଠ ଠାରେ କାହିଁ ଆଦି ଅନାଦି କାଳରୁ ଶିବରାତ୍ରୀ ମେଳା ଅନୁଷ୍ଠିତ ହୋଇଆସୁଥିଲା । ପ୍ରାୟ ଏକ ସପ୍ତାହ ଧରି ଏଠାରେ ମେଳା ଜମୁଥିଲା । ବିଭିନ୍ନ ମନୋହରୀ ଦୋକାନ ସମେତ ମୀନାବଜାର ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ୟ୍ୟକ୍ରମରେ ଚଳଚଂଚଳ ହୋଇପଡୁଥିଲା ଧବଳେଶ୍ୱର ପୀଠ । ଅପେରା, ସଂକୀର୍ତନରେ କମୁଥିଲା ଅଂଚଳ । କେବଳ କଳାହାଣ୍ଡି ନୁହଁ ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ବରଗଡ ସମେତ ଛତିଶଗଡ ଅଂଚଳରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସୁଥିଲେ ମେଳା ଦେଖିବା ପାଇଁ । ଶିବରାତ୍ରୀ ଦିନ ଭୋର ସମୟରୁ ସନ୍ଧ୍ୟା ଯାଏ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଲମ୍ବାଧାଡି ଲାଗି ରହୁଥିଲା । ଏଇଯାତ୍ରାରୁ ସ୍ଥାନୀୟ ଅଂଚଳର ଲୋକେ ବାହାଘର ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ କିଣାବିକା କରୁଥିଲେ । ଏଥର କିନ୍ତୁ ଖାଁ ଖାଁ ଲାଗୁଛି ପରିବେଶ ।
ଆଜି କିନ୍‌ନ୍ତୁ ହଜାର ହଜାର ପଶୁପକ୍ଷୀ ବଳି ଦିଆଯାଇଥିବା ବେଳେ ପ୍ରଶାସନ ଦେଖିକି ମଧ୍ୟ ଚୁପଚାପ ରହିଥିବା ଦେଖିବାକୁ ମିଲିଥିଲା ।

Leave A Reply

Your email address will not be published.