oom

ବଲାଙ୍ଗିର ୟୁଥ ଏକ୍ସନ କମିଟିର ବାନିପାଲି ଶାଖା କମିଟି ଗଠନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକର ବାନିପାଲି ୟୁଥ ଏକ୍ସନ କମିଟି କାର୍ଯ୍ୟାଳୟରେ ବଲାଙ୍ଗିର ୟୁଥ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଏକ କମିଟି ଗଠନ କରାଯାଇଥିଲା । ଯେଉଁ ଥିରେ ସମସ୍ତଙ୍କ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ବିଘ୍ନରାଜ ପଧାନ, ସମ୍ପାଦକ ଭାବରେ ଗୋପଳ ବିଶ୍ୱାଳ ଓ ସଂଯୋଜକ ଭାବରେ ପ୍ରେମ କିଶୋର ସାହୁଙ୍କୁ ମନୋନୀତ କରାଯାଇଥିଲା ଏବଂ ଆଗାମୀ ଦିନରେ ଅଂଚଳର ତଥା ଜିଲ୍ଲାର ବିକାଶ, ସମସ୍ୟାର ସମାଧାନ, ଅବହେଳିତ ନିସ୍ପେଷିତଙ୍କ ପାଇଁ କାମ କରିବଚୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଗାମୀ ଦିନରେ ଅଂଚଳର ଅନେକ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେବା ପାଇଁ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ୟୁଥ ଏକ୍ସନ କମିଟିର ସଂଯୋଜକ ରିଲୁ ରଥ, ଉମେଶ ଗଡତ୍ୟା, ସୁରେନ୍ଦ୍ର ଭୁଏ, ମନୋଜ ପଧାନ, ପ୍ରେମ କିଶୋର ସାହୁ, ଧ୍ୟାନଚାନ୍ଦ ନାଏକ, ଅରକନନ୍ଦ ପଧାନ, ସୁଜନ ପଧାନ, ବବୁଲୁ ପଧାନ, ରାଜେଶ ପଧାନ, ବିଘ୍ନରାଜ ପଧାନ, ସୁମନ୍ତ ପଧାନ, ସଂଜୟ ପଧାନ, ଗୋପାଳ ବିଶ୍ୱାଳ ଓ ଭାଗରଥୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.