oom

ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ତରଫରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁସେନାର ଏମ୍‌ଆଇ- ୧୭ ଭି୫ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚିଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକା ରାୱତଙ୍କ ସମେତ ଭାରତୀୟ ସେନାର ୧୩ ଜଣ ଯବାନ ମୃତ୍ୟୁବରଣ କରିଥିବା ବେଳେ ସେହି ପରିପ୍ରେକ୍ଷୀରେ ଆଜି ମହାନ ନାୟକମାନଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି ନିମନ୍ତେ ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରର କଚେରି ଛକଠାରେ ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ, ଆଦର୍ଶ ଟାଉନ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତରାୟ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ଅମନ ନାଗ, ସମାଜସେବୀ ଅଜୟ ବାଲି, ଅମିତ ନାୟକ, କର୍ତବ୍ୟ ଫାଉଣ୍ଡେସନର ସଭାପତି କାହ୍ନା ଶତପଥୀ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ନରେନ୍ଦ୍ର ବଗର୍ତ୍ତିଙ୍କ ସମେତ ବଲାଙ୍ଗିର ସ୍ୱେଛାସେବୀ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଅମର ଯବାନମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୀପ ପ୍ରଜ୍ୱଳନ ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଏସ୍‌ଡିପିଓ ତୋଫାନ ବାଗ ସ୍ୱର୍ଗୀୟ ଯବାନ ମାନଙ୍କ ଅମର ଗାଥା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ।

jittmm
Leave A Reply

Your email address will not be published.