ଶାରଦୀୟ ପୂଜା ଅବସରରେ ମାଁଙ୍କ ଦର୍ଶନ କଲେ ନରସିଂହ

ବଲାଙ୍ଗିର : ଆଜି ପବିତ୍ର ମହାଷ୍ଟମୀ । ମାଁ ସିଂହବାହିନୀଙ୍କ ପୂଜାରେ ସହର ବଜାର ଉଠୁଛି ପଡୁଛି । ଶାରଦୀୟ ଦୁର୍ଗା ପୂଜା ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେବୀ ମା’ଙ୍କ ଦର୍ଶନ କରିବା ସହ ବଲାଙ୍ଗିରର ବିକାଶ ଯେପରି ତ୍ୱରାନ୍ୱିତ ହେବ ଏବଂ ସହରରେ ଯେପରି ଶାନ୍ତି ମୈତ୍ରୀ ପ୍ରଗତି ଓ ସଦ ଭାବନା ବଳବତ୍ତର ରହିବା ପାଇଁ ମା’ଙ୍କ ଆଶୀର୍ବାଦ ଲୋଡିଥିଲେ ଏବଂ ବଲାଙ୍ଗିର ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ ଶ୍ରୀ ମିଶ୍ର । ସହରର ବିଭିନ୍ନ ପୂଜା ମଣ୍ଡପର ଆକର୍ଷଣୀୟ ମେଢ଼ ତଥା ସାଜସଜ୍ଜାକୁ ଶ୍ରୀ ମିଶ୍ର ଭୂରି ଭୂରି ପ୍ରଶଂସା କରିଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ବଲାଙ୍ଗିର ଏକ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପନ୍ନ ସହର ଆଉ ବଲାଙ୍ଗିରର ବିକାଶ ଯେପରି ନିରନ୍ତର ଓ ତ୍ୱରାନ୍ୱିତ ହୋଇପାରିବ ସେ ଦିଗରେ ଦଳମତ ନିର୍ବିଶେଷରେ ସହଯୋଗ କରିବାକୁ ନିବେଦନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଅବସରରେରେ ଶ୍ରୀ ମିଶ୍ର ମାଲପଡା ମେଟକାନି ମନ୍ଦିର, ରେଳୱେ ଷ୍ଟେସନ, ରିଜର୍ଭ ପୋଲିସ, ତୁଳସୀନଗର, ପେଲେସ ଲାଇନ, ରାଜେନ୍ଦ୍ର ପଡା କଲେଜ ଛକ, ଶାନ୍ତିପଡା, ଠିକାଦାର ପଡା ଏବଂ ଖୁଜେନପାଲିରେ ଦେବୀ ମା’ଙ୍କ ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କରିଥିଲେ । ଆଜିର ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ବୁଲୁ ଦାନୀ, ଅନନ୍ତ ବେହେରା, ଅଙ୍କିତ ସାହୁ ଲୋପନ ମିଶ୍ରଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.