ହେଣ୍ଡଲୁମ ପ୍ରଡୁସର କମ୍ପାନୀ ତରଫରୁ ହସ୍ତତନ୍ତ ବଜାରୀକରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ଆଗଲପୁର ହେଣ୍ଡଲୁମ ପ୍ରଡୁସର କମ୍ପାନୀ ତରଫରୁ ହସ୍ତତନ୍ତ ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଓ ବଜାରୀକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ ନାବାର୍ଡ ସହାୟତାରେ ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନାବାର୍ଡ ଡିଡ଼ିଏମ୍‌ ଡ଼. ବିବେକ ନାୟକ ଓ ସମ୍ମାନିତ ଅତିଥି ଭାବରେ ଅଶୋକ ମେହେର, ଜ୍ଞାନରଞ୍ଜନ ସା, ଅଖିଳ ମେହେର ଉପସ୍ଥିତ ଥିଲେ । ଏଡ଼ିଟି ଦିଲ୍ଲୀପ ଧରୁଆ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ । ତ୍ରିରଙ୍ଗା ଯୁବକ ସଂଘର ସମ୍ପାଦକ କୈଳାସ ସାହୁ, ସଭାପତି ହୃଦାନନ୍ଦ ନାୟକ, ଟ୍ରେନର ଦିବ୍ୟାନନ୍ଦ ମେହେର, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଗଲପୁର ଶାଖା ପରିଚାଳକ, ପଞ୍ଜାବ ନାସନାଲ ବ୍ୟାଙ୍କ ଆଗଲପୁର ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ । ଆଗଲପୁର ହେଣ୍ଡଲୁମ ପ୍ରଡ଼ୁସର କମ୍ପାନୀର ସିଇଓ ଆଶିଷ କୁମାର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିବେକାନନ୍ଦ ସ୍ୱାଇଁ ଓ ବବଲୁ ରଣା ସହଯୋଗ କରିଥିଲେ ।

Leave A Reply

Your email address will not be published.