oom

ଦେଓଗାଁ ସାହୁପଡ଼ାର ୨୪ ପ୍ରହରୀ ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି, ସାହୁପଡ଼ା ପ୍ରଗତୀ ଯୁବକ ସଂଘର ସଭାକକ୍ଷରେ ପୂର୍ବତନ ସଭାପତି ସାଧୁ ଚରଣ ସାହୁଙ୍କ ସଭାପତିତ୍ୱରେ ଶନିବାର ରାତିରେ ଏକ ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁ‌ଷ୍ଠାନର ପୂର୍ବତନ ସମ୍ପାଦକ ଅନନ୍ତ ସାହୁ ସଭାର ଉଦ୍ଦେଶ୍ୟ ପ୍ରତିପାଦନ କରିବା ସହ ଆଗାମୀ ମାଘ ପୂର୍ଣ୍ଣିମାରେ ହେବାକୁ ଥିବା ୨୪ ପ୍ରହରୀ ନାମଯଜ୍ଞ ପାଇଁ ପ୍ରସ୍ତାବ ଆଗତ କରିବା ସହ କିପରି ପାରମ୍ପରିକ ରୀତିନୀତି ଅନୁସାରେ ନାମଯଜ୍ଞ ପରିଚାଳିତ ହେବ ସେହି ଉପରେ ପ୍ରସ୍ତାବ ଆଗତ କରିବାକୁ ମତ ପ୍ରଦାନ କରିଥିଲେ । ତାପରେ ୨୪ ପ୍ରହରୀ ନାମଯଜ୍ଞ ପରିଚାଳନା କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତି କ୍ରମେ ଏହି କମିଟିର ସଭାପତି ଭାବେ ସାଧୁ ଚରଣ ସାହୁଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ କିଶୋର ସାହୁ, ସଂପାଦକ ଭାବେ ଦୁର୍ବାଦଳ ସାହୁ, ସହ ସଂପାଦକ ଭାବେ ଅନନ୍ତ ସାହୁ ଓ କୋଷାଧ୍ୟକ୍ଷ ଭାବେ ବସନ୍ତ ଅଗ୍ରୱାଲ ଓ ଉମେଶ ସାହୁଙ୍କୁ ଚୟନ କରାଯାଇଥିଲା । ନାମଯଜ୍ଞ ପାଇଁ ଲଗ୍ନ ଧାର୍ଯ୍ୟ ସହ ଶୁଭସ୍ତମ୍ଭ ସ୍ଥାପନ ପାଇଁ ତିଥି ବାର ଧାର୍ଯ୍ୟ କରିବାକୁ ଜଗନ୍ନାଥ ମନ୍ଦିରର ପୂଜକ ପ୍ରଦ୍ୟୁନ୍ନ ପାଣିଗ୍ରାହୀଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ପରିଶେଷରେ ଶ୍ରୀ ପାଣିଗ୍ରାହୀ ନାମଯଜ୍ଞର ଶୁଭ ମଙ୍ଗଳ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କମ ଦିନ ମଧ୍ୟରେ ବଡ଼ ଧରଣର ପ୍ରସ୍ତୁତି ବୈଠକ ହେବା ନେଇ ସଭାପତି ସାଧୁଚରଣ ସାହୁ ସୂଚନା ଦେବା ପରେ ସଭା ସାଙ୍ଗ ହୋଇଥିଲା ।

jittmm
Leave A Reply

Your email address will not be published.