
ଗୁଡଭେଲା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ ରୁଷୁଡା ପଞ୍ଚାୟତ ଶାସନପାଲି ତେଲନଦୀ କୂଳରେ କୁଣ୍ହା ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଗଡା ଅଞ୍ଚଳ କୁଣ୍ହା ସମାଜର ସଭାପତି ବିବତ୍ସ ମିର୍ଦ୍ଧାଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ବୈଠକରେ ସମ୍ପାଦକ ବିଶିକେଶନ ମିର୍ଦ୍ଧା ଉଦ୍ବୋଧନ ଦେଇଥିଲେ । ସଭାରେ ଶ୍ରୀଧର ବାଗ୍, ଘଟୁଆଳ, ଅକୃର ମିର୍ଦ୍ଧା, ଅନ୍ତ ବାଗ, ଗନସ ମିର୍ଦ୍ଧା, କୀର୍ତ୍ତି ମିର୍ଦ୍ଧା, ତପି ମିର୍ଦ୍ଧା, କୂଳମଣି କାଲସାଏଙ୍କ ସମେତ ମିର୍ଦ୍ଧା ସମାଜର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।