oom

ଛଟେଇ କମ୍ପ୍ୟୁଟର ଶିକ୍ଷକ ସଂଘର ବୈଠକ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଗ୍ରସେନ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜ୍ୟୋତିର୍ମୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବ୍ଲକର ପ୍ରାୟ ୬୦ ଜଣ ସଦସ୍ୟ ଯୋଗ ଦେଇ ସରକାରଙ୍କ ତରଫରୁ ରାଜ୍ୟର ୮୦୦୦ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବା ନିଷ୍ପତ୍ତିକୁ ସ୍ଵାଗତ କରିବା ସହିତ ଏହି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟର ଛଟେଇ ହୋଇଥିବା ପ୍ରାୟ ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ଅଗ୍ରାଧିକାର ଦେବାକୁ ଦାବୀ କରିଥିଲେ । ପୂର୍ବରୁ ଗତ ମାସ ୩୦ ତାରିଖରେ ଜିଲ୍ଲାର ୧୦ଟି ବ୍ଲକର ୫୦ ଜଣ ସଦସ୍ୟଙ୍କୁ ନେଇ ବଲାଙ୍ଗିର ଯାଦବ ଭବନଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଦ୍ୱିତୀୟ ବୈଠକ ଥିଲା । ଛଟେଇ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ସ୍ଥାୟୀ ଚାକିରି ଯୋଗାଇ ଦେବା ପାଇଁ ସରକାରଙ୍କ ସହିତ ନିରନ୍ତର ସଂପର୍କରେ ଥିବା ରାଜ୍ୟ ତଥା ଜିଲ୍ଲା ସଂଘକୁ ବିନା କୌଣସି ସର୍ତ୍ତରେ ସବୁଦିନ ଅକୁଣ୍ଠ ସହଯୋଗ ଦେବାକୁ ସମସ୍ତ ସଦସ୍ୟ ଶପଥ କରିଥିଲେ । ଏହି ବୈଠକରେ ଜିଲ୍ଲା ସଂପାଦକ କ୍ଷେତ୍ରମୋହନ ମିଶ୍ର, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସହ କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ର, ମାନସ ପାତ୍ର, ଧୃବଚରଣ ପୁଟେଲ, ପ୍ରଶାନ୍ତ ନାଏକ ପ୍ରମୁଖ ଯୋଗଦେଇ ମତ ବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.