oom

ମୋ ସ୍କୁଲ ଅଭିଯାନ ବୈଠକ

jsmm

ଆଠଗଡ଼ : ଆଠଗଡ଼ ସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ମୋ ସ୍କୁଲ ଅଭିଯାନ ଯୋଜନାର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ଏକ ବୈଠକରେ ବହୁ ପୁରାତନ ଛାତ୍ରୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ବୈଠକକୁ ଅଧ୍ୟାପିକ ସ୍ମିତା ମହାପାତ୍ର ସଂଯୋଜନା କରି ମୋ ସ୍କୁଲ ଅଭିଯାନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସ ମୋ ସ୍କୁଲ ଅଭିଯାନ ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ମୋ ସ୍କୁଲ ଅଭିଯାନର ସଂଯୋଜିକା ପ୍ରାଧ୍ୟାପିକା ଡ. ରିନା ପଟ୍ଟନାୟକ ପୁରାତନ ଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାନୁଷ୍ଠାନର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ ସହଯୋଗର ହାତ ବଢ଼ାଇବା ଲାଗି ଆହ୍ୱାନ ଜଣାଇଥିଲେ । ପ୍ରାଧ୍ୟାପିକା ପ୍ରମୋଦିନୀ ଜେନା, ଡକ୍ଟର ସ୍ନେହଲତା ତ୍ରିପାଠୀ ଓ ଅନ୍ୟ ଅଧ୍ୟାପିକାମାନେ ଏହି କନିଷ୍ଠ ମହାବିଦ୍ୟାଳୟରେ ଶିକ୍ଷାଲାଭ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ରୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ସହଯୋଗ କାମନା କରିଥିଲେ । ପୁରାତନ ଛାତ୍ରୀ ମିନର୍ଭା ଦାସ, ଜସ୍ମିନ ପଟ୍ଟନାୟକ, ସଂଯୁକ୍ତା ମିଶ୍ର ପ୍ରମୁଖଙ୍କ ସମେତ ଯୋଗ ଦେଇଥିବା ଅନ୍ୟ ପୁରାତନ ଛାତ୍ରୀମାନେ ସେମାନଙ୍କର କଲେଜ ଜୀବନର ସ୍ମୃତିଚାରଣ କରିବା ସହ ଅନୁଷ୍ଠାନର ବିକାଶ ପାଇଁ ମୋ ସ୍କୁଲ ଅଭିଯାନ ଯୋଜନାରେ ସାମିଲ ହୋଇ ଯଥାସାଧ୍ୟ ସହଯୋଗ କରିବେ ବୋଲି କହିଥିଲେ । ପ୍ରାରମ୍ଭରେ ଅଧ୍ୟୟନରତ +୨ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଶେଷରେ ଅଧ୍ୟାପକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.