ଏଫ୍‌ପିଓର ବ୍ଲକସ୍ତରୀୟ ସମନ୍ଵୟ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଉପରବାହାଲ ପଞ୍ଚାୟତ ସଭା ଗୃହରେ ଏକ ବ୍ଲକସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମା’ ମହଦାଶନି କୃଷକ ଉତ୍ପାଦକ କମ୍ପାନି ଲୋଇସିଂହାର ସମସ୍ତ ନିର୍ଦ୍ଧେଶକ ନିର୍ଦ୍ଦେଶିକାଙ୍କ ସହିତ ଲକ୍ଷ୍ମଣ ସଏ ଡିଡିଏମ୍ ନାବାର୍ଡ, ବ୍ଲକ୍ କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଅତିରିକ୍ତ କୃଷି ଅଧିକାରୀ ସନ୍ତୋଷ କୁମାର ସେଠୀ, ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ ତଥା ଲୋଇସିଂହା ବ୍ଲକ୍‌ର କୃଷକ ସାଥୀ, ଉଦ୍ୟାନ ସାଥୀ, ଅଗ୍ରଣୀ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା ନାବାର୍ଡ ପ୍ରୋତ୍ସାହିତ କୃଷକ ଉତ୍ପାଦକ କମ୍ପାନି ଗଠନ, ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା । ଏହି ଉତ୍ପାଦକ କମ୍ପାନି କିପରି ଚାଷୀମାନଙ୍କ ଆୟକୁ ଦ୍ଵିଗୁଣିତ କରିପାରିବ, ବଜାରିକରଣ ବ୍ୟବସ୍ଥା ସୃଷ୍ଟି କରିପାରିବ, ଉନ୍ନତ ଜ୍ଞାନ କୋଶଳ ବ୍ୟବହାର ଦ୍ୱାରା ଚାଷୀ ଅର୍ଥ ସଞ୍ଚୟ କରି ପାରିବ ସେ ଊପରେ ବିଶଦ ଭାବେ ଉପସ୍ଥିତ ସମସ୍ତେ ଆଲୋଚନା କରିଥିଲେ । ଉପସ୍ଥିତ ଚାଷୀ ତଥା ନିର୍ଦେଶକମାନଙ୍କ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ଦେବା ସହିତ କୃଷି ଅଧିକାରୀମାନେ କୃଷକ ଉତ୍ପାଦକ କମ୍ପାନି ଗଠନର ଉପକାରିତା ବିଷୟରେ ମଧ୍ୟ କହିଥିଲେ । ଏହି କ୍ରମରେ ଉକ୍ତ କୃଷକ ଉତ୍ପାଦକ କମ୍ପାନିରେ ନିଜ ନିଜ ଅଞ୍ଚଳର ଚାଷୀମାନଙ୍କୁ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ୍ କୃଷି ଅଧିକାରୀ ପଞ୍ଚାୟତ ସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହଶକ୍ତି ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ହୃଷିକେଶ ସାହୁ ପରିଚାଳନା କରିଥିବା ବେଳେ ସତ୍ୟପ୍ରିୟ ଦାସ, ଦେବାନନ୍ଦ ବିଶ୍ଵାଳ, ଶର୍ମା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.