oom

ବ୍ଲକସ୍ତରୀୟ ଏସ୍ ସି ମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳ, ଭେଡେନ ବ୍ଲକ ସଂକିର୍ଡା ମଣ୍ଡଳର ଥୁଆପାଲି ଆମ ହରିଜନପଡାଠାରେ ବିଜେପି ଏସ୍ ସି ମୋର୍ଚ୍ଚାର ସଭାପତି ଗୌର ନାଗଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ଏସ୍ ସି ମୋର୍ଚ୍ଚା ସଭାପତି ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ନେଇ ଏକ “ସାଂଗଠନିକ ବୈଠକ” ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଆଲୋଚନା କରିବା ସହିତ ତଳ ସ୍ତରର ସମସ୍ତ ହିତାଧିକାରୀ କିପରି କେନ୍ଦ୍ର ସରକାରଙ୍କ ଜୋନାରୁ ବଞ୍ଚିତ ନ ହେବେ ତାରି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା, ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ଭେଡେନ ବ୍ଲକ ସାଂସଦ ପ୍ରତିନିଧି ବିପିନ ଭୋସାଗର, ସଂକିର୍ଡା ମଣ୍ଡଳର ସାଧାରଣ ସଂପାଦକ ଚନ୍ଦ୍ର ତାଣ୍ଡି, ପପଙ୍ଗା ମଣ୍ଡଳ ଏସ୍ ସି ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର କୁଅଁର, ରାମଚନ୍ଦ୍ର ଛତ୍ରିଆ, କୃଷ୍ଣ ଚନ୍ଦ୍ର ବାଦୀ, ଚୁଡାମଣି ଉର୍ମା, ନେତ୍ରାନନ୍ଦ ତାଣ୍ଡି, ନିଳମାଧବ ମହାନନ୍ଦ, ଭୁବନ ଭୁସାଗର, ସୁପାଲ ସୁନା, କୈରୁ ମହାନନ୍ଦ, ବିଟା ଛତ୍ରିଆ, କୁଳମଣି ସୁନା, ବିଲେଇ ବାଗ, ମମତା ଛତ୍ରିଆ, ଭାନୁମତି ଖର୍ସେଲ ଏବଂ ବନିତା ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.