oom

ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

jsmm

କଣ୍ଟାମାଲ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲର କାର୍ଯ୍ୟକାରିଣୀ ବୈଠକ ଏମି ସ୍କୁଲ, କଣ୍ଟାମାଲ ଠାରେ ସଂଘର ସଭାପତି ନିଳାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁଗ୍ମ ସଂପାଦକ ରଂଜୁ ଅମାତ ସଭାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସଂଗଠନକୁ କିପରି ତୃଣମୂଳ ସ୍ତରରୁ ମଜବୁତ କରିହେବ ଯୋଜନା ତିଆରି ପାଇଁ ଆହ୍ୱାନ କରିଥିଲେ । ଆଗମେି ଦିନରେ ଶିକ୍ଷକଙ୍କ ସମସ୍ତ ସମସ୍ୟା ସମାଧାନ କିପରି କରିହେବ ତାଉପରେ ସଂଘ ବିଶେଷ ଧ୍ୟାନ ଦେବ ବୋଲି ସଭାପତି ଶ୍ରୀ ଭୋଇ କହିଥିଲେ । ଅନ୍ୟପକ୍ଷରେ କଣ୍ଟାମାଲରେ ଜଣେ ସ୍ଥାୟୀ ବିଇଓଙ୍କୁ ନିଯୁକ୍ତ ପାଇଁ ସଂଘ ପ୍ରୟାସ କରୁ ବୋଲି ଉପସ୍ଥିତ କାର୍ଯ୍ୟକର୍ତ୍ତା ମତପ୍ରଦାନ କରିଥିଲେ । ଯେଉଁମାନେ ସଂଘର ସଦସ୍ୟତା ଗ୍ରହଣ କରିଛନ୍ତି ତାଙ୍କ ପାଇଁ ସଂଘ ସବୁକ୍ଷେତ୍ରରେ ସହଯୋଗ କରିବ ବୋଲି ବରିଷ୍ଠ ଉପଦେଷ୍ଟା ଲୋକନାଥ ପାଢ଼ୀ କହିଥିଲେ । ସଂଘର ସାଧାରଣ ସଂପାଦକ ଶିଶିର ଖଟୁଆ ମୃତ ଶିକ୍ଷକ ପରିବାରକୁ ସରକାରୀ ସହାୟତା ପାଇଁ ସବୁପ୍ରକାର ସହଯୋଗ କରିବାକୁ ମତବ୍ୟକ୍ତ କରିଥିଲେ । ଅନ୍ୟମାଙ୍କ ମଧ୍ୟରେ ସଂଘର ଉପସଭାପତି ସୁଦାମ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଣା, ନିରାକାର ସାହୁ, କେଶବ ପ୍ରଧାନ, ରୋହିତାସ୍ୱ ମଲ୍ଲିକ, ଶଶାଙ୍କ ପୋଢ଼, ରୂପସିଙ୍ଘ ଖେତୀ, ମଦନ ବେହେରା, ଯୁଧିଷ୍ଠିର କଁଅର, ହୃଦାନନ୍ଦ ଦାନ୍ତା, ପ୍ରମୁଖ ଯୋଗଦେଇ ଥିଲେ । ଆଗାମୀ ଦିନରେ ସଂଘ ପକ୍ଷରୁ ପୁରୁଣା ପେନ୍‌ସନ ଓ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ପାଇଁ ଏକ ରାଲି କରିବାକୁ ନିଷ୍ପତ୍ତି ନେବାସହ ଆସନ୍ତା ୧୩ ତାରିଖରେ ପରବର୍ତ୍ତୀ କାର୍ଯ୍ୟକାରିଣୀ ବୈଠକ ହେବାକୁ ନିଷ୍ପତି ନିଆଯାଇ ଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.