ଏସ୍‌ଏଚ୍‌ଜି ମହିଳା ସଂଗଠନର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ଏସ୍‌ଏଚ୍‌ଜି ମହିଳା ସଂଗଠନ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ତୁରେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଇବେଲ ଗ୍ରାମର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମହିଳା ବୃନ୍ଦ କହିଲେ ଯେ, ଆମ ଗାଁରେ କୌଣସି ପ୍ରକାରର ବିକାଶ ହୋଇପାରୁ ନାହିଁ । ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ ଯାହାକି ଆମ ଶିଶୁ ସୁରକ୍ଷା ଶିଶୁର ବିକାଶ ହୋଇପାରୁ ନାହିଁ । ଗାଁରୁ ଚାରି କିଲୋମିଟର ଦୂର ଜଙ୍ଗଲ ରାସ୍ତାରେ ବାହାବଲ ଗାଁକୁ ଶିଶୁମାନଙ୍କୁ ନେବା ଆଣିବାରେ ଅସୁଧାର ସମ୍ମୁଖିନ ହେବାକୁ ପଡୁଛି । ଗାଁରେ ପିଇବା ପାଣି ମୁନ୍ଦେ ମିଳୁନାହିଁ । ଏକ ସୋଲାର ଟିୱଲ୍ ଥିଲେ ମଧ୍ୟ ସଫା ପାଣି ମୁନ୍ଦେ ମିଳୁ ନାହିଁ । ପାଇପ୍ ଗୁଡିକ ଫାଟି ଯାଇଛି ଯଦ୍ଵାରା ପାଣି ବାହାରି ଚାରିଆଡ଼େ ଭାସୁଅଛି, ବସୁଧା ଜଳଭଣ୍ଡାରର ସୁବିଧା କରାଗଲେ ସୁବିଧା ପାଇ ପାରିବୁ ଗାଧୋଇବା ପାଇଁ ପଖୋରୀର ଅସୁବିଧା, ଗତ ବର୍ଷ ବ୍ଲକ୍ ତରଫରୁ ଆମ ଛଅ ଜଣ ମହିଳାଙ୍କୁ ସୂର୍ଯ୍ୟ ଗୁଆଲ, ଉର୍ମିଳା ଗୁଗଲ, ଭାଗବତି ମାଝି, କୁମାରି ମାଝି, ପତନି ମାଝି ଏବଂ ସୁମିତ୍ରା ମାଝିଙ୍କୁ ମୋ ବଗିଚା ଯୋଜନାରେ ନିୟୋଜିତ କରାଯାଇଥିଲା । ପ୍ରତ୍ୟେକ ମହିଳା ବୃନ୍ଦକୁ ୧୨୦୦୦ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ଆଜିକୁ ଏକ ବର୍ଷ ହେବ ଏଯାଏଁ ମିଳିନାହିଁ ବୋଲି ଅଭିଯୋଗ କରିଥିଲେ । ଆମ ଗାଁରେ ପ୍ରତ୍ୟେକ ଗରିବ ସମ୍ପ୍ରଦାୟର ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିମାନେ ଆବାସ ଗୃହ ମଧ୍ୟ ପାଇବାରେ ବଞ୍ଚିତ ଅଛୁ ଅନେକ ଯୋଜନାରୁ ସୁଫଳ ପାଇ ପାରିନାହୁଁ ବୋଲି ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଗୋଚର ନ କଲେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟରେ ଆନ୍ଦୋଳନ ସୃଷ୍ଟି କରିବାକୁ ବାଧ୍ୟ ହେବୁ ବୋଲି ସମସ୍ତ ଏସ୍ଏଚ୍‌ଜି ମହିଳା ବୃନ୍ଦ କହିଛନ୍ତି ।

Leave A Reply

Your email address will not be published.