oom

ଆମ ପୁଲିସ ବୈଠକ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ପୁଲିସର ଏକ ବୈଠକ ସେକ୍ଟର ୧୯ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସବଇନ୍ସପେକ୍ଟର ସୁନିତା ଓରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୁଲିସ ଅଧିକାରୀ ତଥା ହମିରପୁର ଉନ୍ନୟନ ପରିଷଦର ସଭାପତି ସୁମନ ଦତ୍ତ, ସାମ୍ବାଦିକ ତଥା କବି କୁଂଜବିହାରୀ ରାଉତ, ସାମ୍ବାଦିକ ସନ୍ତୋଷ ସ୍ୱାଇଁ, ସୁବାସ ଗୁପ୍ତା, ଶ୍ରମିକ ନେତା ନିହାର ଦାସ, ଗଣେଶ ଜୟସିଂହ, ଚନ୍ଦ୍ରକାନ୍ତ ସାହୁ, ସଂଜୀବ ପଣ୍ଡା, ଉଲ୍ଲାସ ଚନ୍ଦ୍ର ଲେଙ୍କା ଓ ଆମ ପୁଲିସ ତରଫରୁ ଏଏସ୍‌ଆଇ ପ୍ରଦୀପ କୁମାର ସାହୁ, ଏଏସ୍‌ଆଇ ବିରେନ୍ଦ୍ର ମାର୍ଡି ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଆଲୋଚନାରେ ସରକାରୀ ଗାଇଡ୍ ଲାଇନକୁ ପାଳନ କରି ପୂଜା ପାଳନ ସହ ସମସ୍ତଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା କରିବା, ଥାନା ଅନ୍ତର୍ଗତ ବିଭିନ୍ନ ଅଂଚଳରେ ପେଟ୍ରୋଲିଂ କଡାକଡି କରିବା, ବାହାର ଅଂଚଳର ଅସାମାଜିକ ବ୍ୟକ୍ତି ମାନେ ହମିରପୁର ତଥା ବିଭିନ୍ନ ସ୍ଥାନରେ ମିଳିତ ହେଉଥିବାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିବା, ଜନ ବସତି ଓ ମାର୍କେଟ ଅଂଚଳରେ ମାଦକ ଦ୍ରବ୍ୟ ସେବନକାରୀଙ୍କୁ ରୋକିବା ଓ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବେପାରୁଆ ଗାଡି ଚାଳନା ଓ ବିକୃତ ହର୍ଣ୍ଣ ଉପରେ ଅଙ୍କୁଷ ଲଗଇବା ଉପରେ ଆଲୋଚନା କରାଯାଇଥିଲା । ସେହିପରି କୋଭିଡ ମହାମାରୀ ସମୟରେ ଏହି ଥାନା ଅଂଚଳରେ ଆମ ପୁଲିସର ସମସ୍ତ ସଭ୍ୟସଭ୍ୟା ମାନେ ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରିଥିବାରୁ ଥାନା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ସଭାପତିତ୍ୱ କରୁଥିବା ଏସ୍‌ଆଇ ଶ୍ରୀମତୀ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.