- କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାଙ୍ଗଠନିକ ଜିଲ୍ଲାର ମଣ୍ଡଳ ସ୍ତରୀୟ ବୈଠକ ଆଜି ବିଜେପି ରାଉରକେଲା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାନେତ୍ରୀ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ନୂତନ ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର, ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା ଓ ରାଜ୍ୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସଭାନେତ୍ରୀ ତାଙ୍କ ସ୍ଵାଗତ ଭାଷଣରେ ସମସ୍ତଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇ ଥିଲେ । ତାଙ୍କ ବକ୍ତବ୍ୟରେ ଏହି ବୈଠକର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୃଦୃଢ଼ କରିବା ପାଇଁ ଅହ୍ୱାନ ଦେଇଥିଲେ । ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା ତାଙ୍କ ବକ୍ତବ୍ୟରେ ଆମ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଘର ଘର ବୁଲି ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଭାରୀ ବଟ କିଶୋରେ ମିଶ୍ର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଉପସ୍ଥିତ ମଣ୍ଡଳ ସଭାପତିଙ୍କ ଉପସ୍ଥାପନ ନେଇଥିଲେ । ପ୍ରତି ମଣ୍ଡରେ ଅସମ୍ପୂର୍ଣ୍ଣ ବୁଥ କମିଟି ଗୁଡିକକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହିତ ସଂଗଠନର ଜଣେ ସକ୍ରିୟ କର୍ମୀ ଭାବେ ନିଜକୁ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ଆମେ ଜଣେ ଭାରତୀୟ ଜନତା ପାର୍ଟିର ବୀର ସୈନିକ ଏବଂ ଜନତାଙ୍କ ସେବାରେ ନିଜକୁ ନିଓଜିତ କରିବା ଓ ଜନତାଙ୍କ ବିଶ୍ୱାସ ଭାଜନ ହେବା । ନିଜର ପଦବୀ ଓ ଦାଇତ୍ୱକୁ ସୁଚାରୁ ରୂପେ ସମ୍ପାଦନା କରି ନେତୃତ୍ୱ ନେବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ପ୍ରତିତିନି ମାସରେ ଥରେ ଜିଲ୍ଲାରେ ମଣ୍ଡଳ ସ୍ତରୀୟ ବୈଠକ କରିବା ପାଇଁ କହିଥିଲେ । ସଂଗଠନହି ଶକ୍ତି, ବିନା ସଙ୍ଗଠନରେ ଅଗ୍ରଣୀ ହୋଇ ପରିବା ନାହିଁ, ଏଣୁ ସମସ୍ତେ କଠିନ ପରିଶ୍ରମ କରିବା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଥିଲେ ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ଅଳ୍ପସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଓ ବରିଷ୍ଠ ନେତା ରାଜେନ୍ଦ୍ର ସାହୁ । ନାଗ୍ରା ତନ୍ତୀ ସମାଜର ସଭାପତି ସନ୍ତୋଷ ତନ୍ତୀଙ୍କୁ ଜିଲ୍ଲା ସଭାନେତ୍ରୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତ୍ରୁ ବୃନ୍ଦ, ମଣ୍ଡଳ ସଭାପତି ଓ ତାଙ୍କ କମିଟି ଓ ଆପେଖିତ କର୍ମୀବୃନ୍ଦ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ “ଜନଗଣ” ଗାନ କରାଯାଇ ବୈଠକ ସମାପ୍ତ କରାଯାଇ ଥିଲା । ଜଗନ୍ନାଥ ମଣ୍ଡଳ ସଭାନେତ୍ରୀ ମମତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।