ଆଗାମୀ ନିର୍ବାଚନ ପାଇଁ ବିଜେଡି ମହିଳା ଶାଖାର କାର୍ଯ୍ୟକାରିଣୀ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : କିଛି ମାସ ପରେ ପଞ୍ଚାୟତ ନିର୍ବାଚନ । ତେବେ ବିଜେଡି ଦଳ ପକ୍ଷରୁ ଅନେକ ସାଂଗଠନିକ ସଭା ସମେତ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ମହିଳା ଶାଖାକୁ ଆଗାମୀ ଦିନରେ ସୁଦୃଢ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁନ୍ତଲା, ଆଗଲପୁର ବ୍ଳକର ସଭାନେତ୍ରୀ ମାନଙ୍କୁ ନେଇ ଏକ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକକୁ ଲୋଇସିଂହା ବ୍ଳକ ବିଜେଡି ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲା ମହିଳା ଶାଖା ପର୍ୟ୍ୟବେକ୍ଷକ କଲ୍ୟାଣୀ ନାଏକ, ଜିଲ୍ଲା ସଭାନେତ୍ରୀ ଦମୟନ୍ତୀ ବାଗ, ଉପ ସଭାପତି ବବିତା ପୁଟେଲ, ସମ୍ପାଦିକା ରେବତୀ ନାଏକ ଏବଂ ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ଆଗଲପୁର ବ୍ଳକ ସଭାନେତ୍ରୀ ଦେବକୀ ସାହୁ, ପୁଇଁନ୍ତଲା ବ୍ଳକ ସଭାନେତ୍ରୀ ଗୀତାଞ୍ଜଳି ସେଠ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ। ଉକ୍ତ ସଭାକୁ ଯୁବ ବ୍ଳକ ସଂଯୋଜକ ସରୋଜ ମହାକୁର ସଭା ସଂଯୋଜନା କରିଥିବା ବେଳେ ଚାନ୍ଦିନୀ କୁଦେଇ, ରଶ୍ମିଲତା ଛତ୍ରିଆ, ସୁଶିଳା ଯାଦବ, ସୁଲୋଚନା ବାଗ, ଶାନ୍ତି ମେହେର ମଧ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସମ୍ପାଦିକା ମାଳତୀ ସାଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.