jayashree

ଏମ୍‌.ଗଣ୍ଡପାଲିରେ ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

  • ସୁରଭି ସ୍ମାରକୀ ଗ୍ରହଣ କଲେ ଦିଲ୍ଲୀପ ପୁରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମ୍‌.ଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍‌ ନବକିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଜାରିଂ କ୍ଲଷ୍ଟର ପକ୍ଷରୁ ଆୟୋଜିତ ଏହି ବୈଠକରେ ସିଆର୍‌ସିସି ରାଜେଶ୍ଵର ବେହେରା ଅଧ୍ୟକ୍ଷତା କରିଥିଲେ । କ୍ଷେତରପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌଦାମିନୀ ମାଝୀ, ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଗହକିଲାଲ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ପରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କିତ ଶୈକ୍ଷିକ ଆଲୋଚନା ହୋଇଥିଲା । ଜାରିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ପାଠ ଯୋଜନା ଉପରେ ଆଲୋଚନା କରିଥିଲେ । ପରଖ, ନିପୁଣ ଓଡିଶା ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ଚଳିତବର୍ଷ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭିକୁ ନିଜ ଶିକ୍ଷାନୁଷ୍ଠାନର ଶୃଙ୍ଖଳିତ ଭାବରେ ସଂପାଦିତ କରିଥିବାରୁ ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପୁରୀଙ୍କୁ ସ୍ମାରକୀ ପ୍ରଶସ୍ତି ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବ୍ଲକ ସୁରଭିରୁ ଜିଲ୍ଲାସ୍ତରକୁ ଚିତ୍ରାଙ୍କନରେ ମନୋନୀତ ହୋଇଥିବା ଜାରିଂ ଓ ବୁଡାପାଲି ସ୍କୁଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଓ ବିଜୟ କୁମାର ମେହେରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲଷ୍ଟରର ୧୦ଟି ସ୍କୁଲର ପ୍ରଧାନ ଶିକ୍ଷକ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସ୍ଥାନୀୟ ସ୍କୁଲର ତଦ୍ରକଳା ଦାଶ, ଲିଳିମା ମେହେର, ରିତା ଖେତି, ବିକାଶ ଚନ୍ଦ୍ର ଗଡତ୍ୟା ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟାକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଗହକିଲାଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.