oom

ଜାଗର ଓ ମହାଶିବରାତ୍ରି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ମାର୍ଚ୍ଚ ମାସରେ ପବିତ୍ର ଜାଗର ମେଳା ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ରିହାନ କ୍ଷେତ୍ରିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମହାଶିବରାତ୍ରି ମେଳା ପାଇଁ କଣ କଣ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯିବା ସହ ଶିବରାତ୍ରି ମେଳା କମିଟିର ସଦସ୍ୟମାନଙ୍କୁ ନେଇ କିଭଳି ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ସେ ନେଇ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ପୌର ପରିଷଦ ଅଧ୍ଧକ୍ଷା ଶ୍ରୀମତୀ ମମତା ଦେବି ଜୈନ, ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଟ୍ରଷ୍ଟି ସଞ୍ଜୀବ କୁମାର ପାଢ଼ୀ, ଭବାନୀ ପ୍ରସାଦ ହୋତା, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ପ୍ରେମ ଜୈନ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ବିଜେଡି ନଗର ସଭାପତି ରଣଜିତ ପୃଷ୍ଟି, କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସରାଫ, ସମାଜସେବୀ ରାଜେନ୍ଦ୍ର ମିଶ୍ର, କୁମୁଡ଼ା ପାହାଡ଼ ସୁରକ୍ଷା ସମିତିର ଉପେନ୍ଦ୍ର ବାଗଙ୍କ ସମେତ ଅନ୍ୟାନ୍ୟ ସହରର ବୁଦ୍ଧିଜୀବୀମାନେ ନିଜ ନିଜର ମତ ପ୍ରକାଶ କରିଥିଲେ । ପ୍ଲଟ ବିକ୍ରିଠାରୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି, ପୂଜା, ହୋମ ଯଜ୍ଞ, ପରିମଳ ବ୍ୟବସ୍ଥା, ମେଡିକାଲ ବ୍ୟବସ୍ଥା, ଚାରିଆଡ଼େ ସିସିଟିଭି କ୍ୟାମେରା ଲଗାଇବା ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.