oom

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଭିନ୍ନ ବିଷୟବସ୍ତୁକୁ ନେଇ ଗତ ୪ ତାରିଖରେ ଉପ-ନିର୍ଦ୍ଦେଶକ ତଥା ସଂଘର ସଭାପତି ଅଜିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ଏଥିରେ ସଂଘର ସମ୍ପାଦକ ତଥା ବରଗଡ଼ର ପବ୍ଲିକ ପ୍ରୋସେକ୍ୟୁଟର ସଞ୍ଜୟ କୁମାର ପଧାନ ଯୋଗ ଦେଇ ବିଚାର ବିଭାଗ ବ୍ୟବସ୍ଥାରେ କିପରି ଜଣେ ସାଧାରଣ ବ୍ୟକ୍ତିକୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ତଥା ଅଭିଯୋଜକ ସଂଘ କିପରି ଲୋକଙ୍କ ନିକଟତର ହେଇପାରିବ ସେହି ବିଷୟରେ ନିଜର ମତପୋଷଣ କରିବା ସହ ସଂଘର ଉପସଭାପତି ଦେବାଶିଷ ମହାକୁଡ଼ ସଂଘର ସଦସ୍ୟମାନେ ସମ୍ମୁଖୀନ ହେଉଥିବା ପ୍ରତିଦିନର ବାଧାବିଘ୍ନକୁ ଏଡାଇ କିପରି ଦକ୍ଷତାର ସହ କାର୍ଯ୍ୟ କରିପାରିବେ ସେ ଉପରେ ନିଜର ମତବ୍ୟକ୍ତ କରିଥିଲେ । ସେହିପରି ସଂଘର ପରାମର୍ଶଦାତା ଓପିଆଇଡ଼ି କୋର୍ଟର ପବ୍ଲିକ ପ୍ରୋସେକ୍ୟୁଟର ସୁବ୍ରତ ମହାନ୍ତି ତଥା ଇଓଡ଼ବ୍ଲ୍ୟୁର ପବ୍ଲିକ ପ୍ରୋସେକ୍ୟୁଟର ବିଦୁ ଭୂଷଣ ମହାନ୍ତି ସଂଘର ବହୁ ବର୍ଷରୁ ଚାଲିଆସିଥିବା ଦାବି ଯଥା ସମସ୍ତ ପ୍ରୋସେକ୍ୟୁଟରଙ୍କୁ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଭଳି ସୁବିଧା ଦେବା କଥାକୁ ନେଇ ସରକାରଙ୍କ କିପରି ଦୃଷ୍ଟି ଆକର୍ଷଣ କରାଯିବ, ସେ ଉପରେ ମତବ୍ୟକ୍ତ କରିଥିଲେ । ଆଜିର ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଏପିପି ରାଜେଶ କୁମାର ମିଶ୍ର, କ୍ରାଇମବ୍ରାଞ୍ଚର ଏପିପି ନିରଞ୍ଜନ ନାୟକ, ଇଓଡ଼ବ୍ଲ୍ୟୁର ଏପିପି ଚନ୍ଦନ ଦାସ, ଏପିପି ସାଇରଞ୍ଜନ ମହାନନ୍ଦିଆ, ଏପିପି ତୃପ୍ତିମୟୀ ପାତ୍ର, ଏପିପି ଦେବଶ୍ରୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ । ଆଲୋଚନାର ଶେଷରେ ଓପ୍ସାର ସଦସ୍ୟମାନେ ସାଧାରଣ ଅଭିଯୋଜନ ବିଭାଗର ନିର୍ଦ୍ଦେଶକଙ୍କୁ ଦେଖା କରି ସଂଘର ବିଭିନ୍ନ ଦାବି ତଥା ଅନ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.