ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆସନ୍ତା ଅକ୍ଟେବର ୧ରେ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ କାର୍ଯ୍ୟସୂଚୀ ଅନୁସାରେ ପ୍ରତ୍ୟେକଟି ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ବରିଷ୍ଠ ନାଗରିକ ଦିବସ ପାଳନକୁ ସୁଚାରୁ ତଥା ବ୍ୟବସ୍ଥିତ ଭାବେ ପାଳନ କରିବା ଉପରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗୁରୁତ୍ୱାରୋପ କରିବା ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବରିଷ୍ଠ ନାଗରିକ ସଂଘ ସୋନପୁର ଏବଂ ବିରମହାରାଜପୁରର କାର୍ଯ୍ୟକର୍ତ୍ତା ଏବଂ ବରିଷ୍ଠ ନାଗରିକ ଗୋରଖ ନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ସାଧାରଣ ସଚିବ ରେଆର ସୋନପୁର, ବରିଷ୍ଠ ନାଗରିକ ସଂଘ କାର୍ଯ୍ୟକର୍ତ୍ତା, ଏନ୍‌.ଆର୍‌.ଡିସି ତରଭା ପ୍ରମୁଖ ଯୋଗଦେଇ ତାଙ୍କର ମତାମତ ରଖିଥିଲେ । ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତରଭା ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.