oom

ସ୍ୱାଧୀନତା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପଂଚାୟତ ସମିତି ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଜୟନ୍ତ କୁମାର ମେହେର, ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମଂଚାସୀନ ରହି ଆଗାମୀ ସ୍ୱାଧୀନତା ଦିବସ ପାଳନ ଉପରେ ଆଲୋଚନା କରିଥିଲେ । ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଗାଇଡ଼୍‌ଲାଇନ୍‌ ସଂପର୍କରେ ବିଡ଼ିଓ ଶ୍ରୀ ବାଗ ଦୃଷ୍ଟିପାତ କରିବା ସହିତ କୋଭିଡ଼ କଟକଣାକୁ ନେଇ ଚଳିତ ବର୍ଷ ମଧ୍ୟ ଏହି ଦିବସ ପାଳନ କରାଯିବ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ଥାନାଧିକାରୀ ସତ୍ୟନାରାୟଣ ପ୍ରଧାନ, ସବଇନିସପେକ୍ଟର ଜୟଦେବ ତାରିଣୀଙ୍କ ସମେତ ପଦ୍ମଲୋଚନ ମିଶ୍ର, ଆଇନଜୀବୀ ସପନ କୁମାର ପଟ୍ଟନାୟକ, ଶ୍ରୀପତି ପଟ୍ଟନାୟକ, ଶଙ୍କର ସୁନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଡ଼ବ୍ଲ୍ୟୁଇଓ ଶ୍ୟାମ ସୁନ୍ଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.