ls

ନୃସିଂହନାଥରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର ବୈଠକ

sb
  • ନକଲି ଆଦିବାସୀ ହଟାଓ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ବରଗଡ଼ ଜିଲ୍ଲା ତରଫରୁ ପାଇକମାଲ ବ୍ଲକ୍ ସଭାପତି ଚେରୁ ବରିହାଙ୍କ ସଭାପତିତ୍ୱରେ ନୃସିଂହନାଥଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଞ୍ଜିବ ବରିହା ପିତା ଶୁକ୍ରୁ ବରିହା, ଗ୍ରାମ ବରପାଲି ଥା/ତ- ପାଇକମାଲ ନିଜକୁ ବିଝାଂଲ୍ ଜାତିର ପରିଚୟ ଦେଇ ପାଇକମାଲ ତହସିଲରୁ ଆଦିବାସୀ ଜାତି ପ୍ରମାଣପତ୍ର ହାସଲ କରିଛନ୍ତି ଗତ ୨୦୨୨ ମସିହା ପଞ୍ଚାୟତ ସମିତି ନିର୍ବାଚନରେ ପଞ୍ଚାୟତ ସମିତି ପାଇକମାଲ ଅନ୍ତର୍ଗତ କାଂସଡ଼ା ଗ୍ରାମ ପଞ୍ଚାୟତ ନିର୍ବାଚନ ମଣ୍ଡଳୀ ଯାହାକି ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିଲା । ସେହି ନିର୍ବାଚନ ମଣ୍ଡଳୀରୁ ସଞ୍ଜିବ ବରିହା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ସଞ୍ଜିବ ବରିହା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଛନ୍ତି । ପ୍ରକୃତରେ ସେ ସଞ୍ଜିବ ବାରିକ ପି:- ସ୍ୟାମସୁନ୍ଦର ବାରିକ ଜାତି କୁଲୁତା (ଓବିସି) ଗ୍ରାମ ମୁଣ୍ଡେଲା ଥା/ତ-ପାଇକମାଲର ସ୍ଥାୟୀ ବାସିନ୍ଦା ଅଟନ୍ତି । ନିଜକୁ ବିଝାଂଲ୍ ଜାତିର ପରିଚୟ ଦେଇ ସଞ୍ଜିବ ବରିହା ବେଆଇନ୍ ଭାବରେ ଆଦିବାସୀ ପ୍ରମାଣ ପତ୍ର ହାସଲ କରିଛନ୍ତି । ଏଣୁ ସଞ୍ଜିବ ବରିହାଙ୍କ ଜାତି ପ୍ରମାଣ ପତ୍ର ଯାଞ୍ଚ କରି ଅତି ଶୀଘ୍ର ସମିତି ସଭ୍ୟ ପଦବୀ ରଦ୍ଦ କରାଯାଉ ଏବଂ ତାଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀ କରିବା ପାଇଁ ନିଷ୍ପତ୍ତି ନିଆଗଲା ଓ ପାଇକମାଲ ବ୍ଲକ୍‌ର ସମସ୍ତ ଆଶ୍ରମ ସ୍କୁଲ୍ ଓ ସେବାଶ୍ରମ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି ପାଇଁ ଏବଂ ଏହି ଅଞ୍ଚଳରେ ଏକ ଏକଲବ୍ୟ ମଡ଼େଲ ସ୍କୁଲ୍ କରାଯାଉ, ଠିକ୍ ହିସାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏବଂ ଚାରି ଡିସିମିଲର ଘରଡ଼ିହ ପଟ୍ଟା ପାଇଥିବା ଭୂମିହୀନମାନଙ୍କୁ ଦଖଲ ଦେବା ପାଇଁ ଏବଂ ସମସ୍ତ ଗ୍ରାମର ହୀତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବା ପାଇଁ, ସମସ୍ତ ପଞ୍ଚାୟତକୁ ରୋଡ଼ ରାସ୍ତା ମରାମତି ପାଇଁ ଏବଂ ଆଦିବାସୀ ଉନ୍ନୟନ ଯୋଜନା ଠିକ୍ ଭାବରେ କାର୍ଯ୍ୟ କାର୍ୟ୍ୟକାରୀ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ସଂଘର ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ଜିଲ୍ଲା ସଭାପତି ଗୋବିନ୍ଦ ବରିହା, ଝାରବନ୍ଧ ବ୍ଲକ ସଭାପତି ଚୈତନ୍ୟ ବରିହା, ପଦ୍ମପୁର ବ୍ଲକ ସଭାପତି ବାମନ ଧରୁଆ, ବିଜେପୁର ବ୍ଲକ୍ ସଭାପତି ଦୁର୍ଜନ ସିଂ ବରିହା, ଗାଇସିଲେଟ ବ୍ଲକ୍ ସଭାପତି ଶଶିଭୁଷଣ ବରିହା, ସତ୍ୟାନନ୍ଦ ବୁଡ଼େକ, ଯୋଗେନ୍ଦ୍ର ବରିହା, ପ୍ରକାଶ ବରିହା, ସଞ୍ଜୟ ଜରଜରିଆ, ତ୍ରିଲୋଚନ ଭୁଏ, ରୁପଧର ନାଏକ ଏବଂ ପାଇକମାଳ ବ୍ଲକ୍ ଝାରବନ୍ଧ ବ୍ଲକ ଓ ପଦ୍ମପୁର ବ୍ଲକର ବହୁତ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ । ସଭା ଶେଷରେ ପାଇକମାଲ ବିଡ଼ିଓଙ୍କ ଅଫିସ୍ ଯାଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ତା ୭ /୮/ ୨୦୨୩ ଦିନ ସଶସ୍ତ୍ର ଆଦିବାସୀ ପାଇକମାଲ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି ।

pc pk
Leave A Reply

Your email address will not be published.