ମୁରସିଂହରେ ବାହୁଡ଼ା ଯାତ୍ରା ସମ୍ପର୍ଣ୍ଣ : ବୁଧବାର ନୀଳାଦ୍ରି ବିଜେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂହରେ ମଙ୍ଗଳବାର ଦିନ ବାହୁଡ଼ା ଯାତ୍ରା ପାରମ୍ପରିକ ଭାବେ ସମ୍ପର୍ଣ୍ଣ ହୋଇଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଯୋଗ ଦେଇ ରଥ ଉପରେ ଆଳତି ଦେବା ସହ ଛେରା ପହରା କରିଥିଲେ । ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରୀରେ ମନ୍ଦିରକୁ ପହଞ୍ଚିଥିବା ବେଳେ ବୁଧବାର ଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମହାପ୍ରଭୁ ମନ୍ଦିର ଭିତରକୁ ନୀଳାଦ୍ରି ବିଜେ କରିବେ ।

Leave A Reply

Your email address will not be published.