oom

ବହି ମାନବକୁ ମହାମାନବରେ ପରିଣତ କରିପାରେ

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବହି ଏକ ଅମୂଲ୍ୟ ସମ୍ପଦ । ମାଟି, ମାଆ, ସପ୍ସସ୍କୃତି, ପରମ୍ପରା, ଦେଶ, ବିଦେଶ ସହ ସମ୍ପର୍କ ସ୍ଥାପନରେ ବହିର ଭୂମିକା ଅବର୍ଣ୍ଣନୀୟ । ବହି ମାନବକୁ ମହାମାନବରେ ପରିଣତ କରିବାର କ୍ଷମତା ରଖେ । ତେଣୁ ଛାତ୍ରଛାତ୍ରୀମାନେ ପାଠାଗାର ଯାଇ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବା ଉଚିତ, ଯାହାକି ଜୀବନର ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ସହାୟକ ହେବ ବୋଲି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ୟ୍ୟକ୍ରମର ୯୭ତମ ସପ୍ସସ୍କରଣରେ ଯୋଗଦାନ କରି ବକ୍ତାଗଣ ମତ ପ୍ରଦାନ କରିଛନ୍ତି । ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ଆୟୋଜିତ ତଥା ସଭାପତି ମନୋରଂଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି ପୁସ୍ତକ ଏକ ଅମୂଲ୍ୟ ସମ୍ପଦ, ପୁସ୍ତକ ପଠନ ଦ୍ଵାରା ଜଣେ ଭଲ ଲେଖକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ପ୍ରଫେସର ଡକ୍ଟର ସୁଜିତ କୁମାର ପୃଷେଠ୍ ପୁସ୍ତକ ବ୍ୟକ୍ତିକୁ ମାଟି, ମାଆ, ସପ୍ସସ୍କୃତି, ପରମ୍ପରା ସହ ପରିଚିତ କରାଇଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଣୁ ଦାସ ଶର୍ମା, କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ସାହୁ ଯୋଗଦାନ କରି ପୁସ୍ତକ ମାନବକୁ ମହାମାନବରେ ପରିଣତ କରିପାରେ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ତଥା ଲେଖିକା ଡକ୍ଟର ସପ୍ସଗୀତା ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଭ୍ରାମ୍ୟମାଣ ପାଠାଗାରର ଆବାହକ ଡକ୍ଟର ରବିନାରାୟଣ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ଵନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପୁସ୍ତକ ପଠନ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରୀମାନଙ୍କ ମଧ୍ୟରୁ ରେଣୁକା ଦାଶ, ରେଶମା ପ୍ରଧାନ ଓ ରାନୁ ବିଭାରଙ୍କୁ ପୁରସ୍କୃତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମର ୧୦୦ତମ ଭାଗ ଆସନ୍ତା ଅକ୍ଟୋବର ଦୁଇ ତାରିଖ ଦିନ ଅନୁଷ୍ଠିତ ହୋଇ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ଅଛି ।

jittmm
Leave A Reply

Your email address will not be published.