jayashree

ଅନ୍ତଃରାଜ୍ୟ ବାଘ ଛାଲ ରାକେଟ : ଚାରି ଗିରଫ, ବାଘ ଛାଲ ଓ ବାଘ ଦାନ୍ତ ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଆଜି ଏକ ବଡ଼ ଧରଣର ବାଘ ଛାଲ ରାକେଟ ଧରା ପଡିଛି । ଏହି ରାକେଟରେ ତିନୋଟି ବାଘ ଛାଲ ଆଉ ଏକ ବାଘ ଦାନ୍ତ ଧରିଥିବା ବେଳେ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ସୂଚନା ମୁତାବକ ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ ପ୍ରଥମେ ସୁରାକ ପାଇ କେନ୍ଦ୍ରୀୟ ମଧ୍ୟ କ୍ଷେତ୍ର ବନ୍ୟ ପ୍ରାଣୀ ନିୟନ୍ତ୍ରଣ ବିଭାଗ, ଛତିଶଗଡ ବନ ବିଭାଗ ଆଉ ଓଡିଶା ବନ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ କରିଥିଲେ । ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଚଢ଼ାଉ କରିଥିଲେ । ତେବେ ଏହି ଚଢ଼ାଉରେ କଳାହାଣ୍ଡି ଜିଲ୍ଲାର ୪ ଜଣଙ୍କୁ, ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲା ଗ୍ରାମର ରଙ୍ଗା ଚରଣ ଭୋଇ, ଅମାଠର କାର୍ତ୍ତିକ ରଣାଙ୍କୁ ଗିରଫ କରାଯାଇଛି । ପ୍ରଥମେ ଖରିଆର ବନ ବିଭାଗ ଓ ମ.ରାମପୁର ବନ ବିଭାଗ ପ୍ରଥମେ ପଲମ ନିକଟରୁ ବାଇକରେ ବାଘ ଦାନ୍ତ ଥିବା ଜାଣିବାକୁ ପାଇଥିଲେ । ପ୍ରଥମେ ସେମାନଙ୍କୁ ଗିରଫ କରି ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଏହି ଚଢ଼ାଉରେ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ କୁମାର ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ମ.ରାମପୁର ରେଞ୍ଜ ଅଧିକାରୀ, ଏକ ବଡ ଧରଣର ରାକେଟକୁ ଠାବ କରାଯାଇଛି ବୋଲି ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା କାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.