ବଢୁଛି ହାତୀ ଉପଦ୍ରବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପାଞ୍ଚ-ଛଅ ଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଂଚଳରୁ ବରଗଡର ଭେଡେନ ଆଡକୁ ମୁହାଁଇଥିବା ହାତୀ ପଲ ପୁଣି ଫେରିଆସି ଉପଦ୍ରବ ଆରମ୍ଭ କରିଦେଇଛନ୍ତି । ଗତକାଲି ରାତିରେ ପ୍ରାୟ ୩୫ ରୁ ୪୦ଟି ଥିବା ଏହି ବଣୁଆ ହାତୀ ଦଳ ମହାନଦୀ ପାର ହୋଇ ସିଣ୍ଢୋଲ ଅଂଚଳକୁ ଫେରିଥିବାବେଳେ ସିଂହାସନ ସଂରକ୍ଷିତ ଜଂଗଲର ପାର୍ଶ୍ବବର୍ତ୍ତି ଗାଁମାନଙ୍କର ଖଳା ଓ ଖେତରେ ଥିବା ଧାନ ସହ ପନିପରିବା ସବୁକୁ ଖାଇ ନଷ୍ଟ କରିଛନ୍ତି । ଦୀର୍ଘ ଦିନ ଧରି ଜଂଗଲି ହାତୀଙ୍କ ଉପଦ୍ରବ ଲାଗି ରହିଥିଲେ ହେଁ ଜଂଗଲ ବିଭାଗ ହାତୀଙ୍କୁ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.