ବରଗଡ଼ ଜିଲ୍ଲାରେ ଏକା ସାଙ୍ଗରେ ଶତାଧିକ ପିଇଓଙ୍କ ବଦଳି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୨୫୬ ଗ୍ରାମ ପଞ୍ଚାୟତର ଶତାଧିକ ନିର୍ବାହୀ ଅଧିକାରୀଙ୍କୁ ଏକ ସପ୍ସଗରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ବଦଳି କରିବା ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାପାଳଙ୍କ ଚିଠି ନମ୍ବର CXLV/221/2022,/1238/dt.28.6.2022 ଅନୁଯାଇ ୧୦୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାର ୧୨ଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତକୁ ବଦଳି ହୋଇଛି । ସମସ୍ତଙ୍କୁ (୩୦-୬-୨୦୨୨) ଆସନ୍ତା କାଲି ସୁଦ୍ଧା ବଦଳି ହୋଇଥିବା ବ୍ଲକ ଅଫିସରେ ଜଏନ୍‌ କରିବାକୁ ନିର୍ଦ୍ଦେଶ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ଅଧିକାରୀମାନେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିବା ଓ ଅନେକ ଗ୍ରାମାଞ୍ଚଳରେ ଦୁର୍ନୀତି ଅଭିଯୋଗ ହେବା ପରେ ଜିଲ୍ଲାପାଳ ବଦଳି ଆଦେଶ ଦେଇଥିବା ଜଣାପଡ଼ିଛି । ତେବେ ଏହି ବଦଳି ଆଦେଶ ବାହାରିବା ପରେ ଦୀର୍ଘ ଦିନ ଧରି ଗୋଟିଏ ଅଫିସରେ କାର୍ଯ୍ୟରତ ଅସାଧୁ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.