ପୁରୀରେ ଆୟୋଜିତ ହେବ ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା ଗଣନା ଉପରେ ଏକବିଂଶତମ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

  • ଉଦ୍‌ଘାଟନୀ ସମାରୋହରେ ଯୋଗ ଦେବେ କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍‌. ପି. ସିଂ ବାଘେଲ

ଭୁବନେଶ୍ୱର, (ପିଆଇବି) : ସଫ୍ଟୱେର ଓ ପ୍ରାଣୀଙ୍କ କିସମ ଉପରେ ଏକବିଂଶତମ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତାକାଲି ପୁରୀରେ ଆୟୋଜିତ ହେବ । ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରର ରାଜ୍ୟ ଓ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନେ ଏଠାରେ ପ୍ରଶିକ୍ଷଣ ନେବେ । ସଫ୍ଟୱେର ବିଶେଷକରି ମୋବାଇଲ ଆପ୍ ଓ ଡ୍ୟାଶବୋର୍ଡ ଉପରେ ଏହି ତାଲିମ ଦିଆଯିବ । ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ର ମତ୍ସ୍ୟପାଳନ, ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍‌. ପି. ସିଂ ବାଘେଲ ଦୀକ୍ଷାନ୍ତ ଅଭିଭାଷଣ ରଖିବେ । ସେହିପରି ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବେ । ଭାରତ ସରକାରଙ୍କ ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ସଚିବ ଅଳକା ଉପାଧ୍ୟାୟ, ଉପଦେଷ୍ଟା (ପରିସଂଖ୍ୟାନ) ଜଗତ ହଜାରିକା, ଆଇସିଏଆର୍‌-ଏନ୍‌ବିଏଜିଆର୍‌ ନିର୍ଦ୍ଦେଶକ ଡକ୍ଟର ବି. ପି. ମିଶ୍ର, ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀ ସମ୍ପଦ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାମାଶିଷ ହାଜରା ପ୍ରମୁଖ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର କ୍ଷେତ୍ରରେ ବିଭିନ୍ନ କିସମର ଗୃହପାଳିତ ପ୍ରାଣୀଙ୍କ ଗଣନା ସମ୍ପର୍କରେ ତାଲିମ ଦିଆଯିବ । ଗୃହପାଳିତ ପ୍ରାଣୀଙ୍କ ଗଣନାର କେତେକ ବୈଷୟିକ ଦିଗ ଏବଂ ମୋବାଇଲ ଆପ୍ ଓ ଡ୍ୟାଶବୋର୍ଡର ଉପଯୋଗ ସମ୍ପର୍କରେ ମଧ୍ୟ ତାଲିମ ଦିଆଯିବ ।

Leave A Reply

Your email address will not be published.