ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଜୁଲାଇ ୨୧ ତାରିଖରେ ‘ଓଡ଼ିଶା ଫୁଡ୍ ପ୍ରୋ-୨୦୨୨’ ଆୟୋଜନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ରାଜ୍ୟ କୃଷି ବିଭାଗର ସହଯୋଗରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଜୁଲାଇ ୨୧ ତାରିଖରେ ‘ଓଡ଼ିଶା ଫୁଡ୍ ପ୍ରୋ-୨୦୨୨’ ଆୟୋଜନ କରାଯିବ । ଏହା ପୁଞ୍ଜି ନିବେଶକ, ଉତ୍ପାଦକ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ, ଷ୍ଟାର୍ଟ ଅପ୍ ସଂସ୍ଥାଙ୍କ ଏକ ଅନନ୍ୟ ସମାବେଶ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.