ଅଟୋ‐ହାଇୱା ଧକ୍କାରେ ୩ ଯାତ୍ରୀ ମୃତ, ଅଟୋ ଚାଳକ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ ମନମୁଣ୍ଡା‐କଣ୍ଟାମାଳ ରାସ୍ତାର ଗୋପାଳମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋରେ ବସିଥିବା ୩ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ଫଗୁନାମାଲ୍ ଗ୍ରାମର ଅଟୋ (ଓଡ଼ି ୩୧ ଏଫ ୭୭୨୬ ) ଚାଳକ ନିଜ ସମ୍ପର୍କୀୟ ଲୋକଙ୍କୁ ଧରି ମନମୁଣ୍ଡା ଦିଗକୁ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ୩ ଜଣ ଅଟୋ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅଟୋ ଚାଳକ ଗୁରୁତର ଆହତ ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଟୋ ଯାତ୍ରୀ ମାନଙ୍କ ଶରୀରରେ ବିଭିନ୍ନ ଅଂଗ ଇତସ୍ତତଃ ପଡି ଥିବାରୁ ଦୁର୍ଘଟଣା କେତେ ଭୟାନକ ହୋଇଛି ସହଜେ ଅନୁମେୟ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.