oom

ଘରୋଇ କଳିର କୁପରିଣତି : ସ୍ଵାମୀର ଟାଙ୍ଗିଆ ଫସାରେ ସ୍ତ୍ରୀ ମୃତ, ବେକରେ ରଶି ଲଗାଇ ସ୍ୱାମୀଙ୍କ ଆତ୍ମହତ୍ୟା

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ୱାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ ହୋଇଥିବା ବେଳେ ବେକରେ ରଶି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଡେବ୍ରିପାଲି ଗାଁରେ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଗାଁର ଭକ୍ତ ନାଏକ(୪୫) ଓ ତାଙ୍କ ସ୍ତ୍ରୀ ଯଶୋଦା(ବେଳମତି) ନାଏକ(୪୦) ନିଜ କପା କିଆରିରେ ସ୍ୱାମୀ ସ୍ତ୍ରୀ ଦୁହେଁ କାଠ ସଂଗ୍ରହ କରୁଥିବା ସମୟରେ କୌଣିସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଭକ୍ତ ନାଏକ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ହାଣି ହତ୍ୟା କରି ପରେ ଗଛରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ କାରଣ ଜଣାପଡ଼ିନାହିଁ । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରୁଛି । ମୃତକଙ୍କ ଦୁଇ ପୁଅ ବିକାଶ ନାଏକ(୧୯) ସାନ ପୁଅ ଆକାଶ ନାଏକ ସେମାନେ ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି ।

jittmm
Leave A Reply

Your email address will not be published.