ଲୋଇସିଂହା ରେଳଷ୍ଟେସନରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ ଅଟକିବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ସ୍ଥାନୀୟ ସିନିୟର୍ ସିଟିଜନ୍ ଆସେମ୍ଲିର ବରିଷ୍ଠ ସଦସ୍ୟ ଗଜାନନ ଅଗ୍ରୱାଲ, ବିଭୂତି ଭୂଷଣ ସାହାଣୀ, ଧର୍ମସିଂ ମିଶ୍ର ପ୍ରମୁଖ ଲୋଇସିଂହାଠାରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଦ୍ରୁତଗାମୀ ଟ୍ରେନର ରହଣୀ ସକାଶେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସକାଶେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳ ବିଭାଗ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଇତି ମଧ୍ୟରେ ସାଂସଦ ଏବଂ ବିଧାୟକ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ପୁଣି ଥରେ ଲୋଇସିଂହା ବାସୀଙ୍କ ଦାବିକୁ ଦୋହରାଇଥିଲେ । ଖୁବଶୀଘ୍ର ଲୋଇସିଂହା ରେଳଷ୍ଟେସନଠାରେ ଏହି ଦ୍ରୁତଗାମୀ ଟ୍ରେନ ରହଣୀ ହେବ ବୋଲି ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.