ପୋଲିସ ପହଂଚିଲାନି : ଅଟକ ଗୋରୁ ବୋଝେଇ ଗାଡିକୁ ଛାଡିଦେଲେ ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ଗୋ ଚାଲାଣ ହେଉଥିବା ବେଳେ ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡ। ଠାରେ ୫ଟି ଗୋରୁ ବୋଝେଇ ହୋଇଥିବା ବୋଲେରୋ ପିକଅପ୍‌ ଗାଡ଼ିକୁ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ତେବେ ପୋଲିସକୁ ଖବର ଦିଆଯିବା ସତ୍ତ୍ୱେ ଘଟଣାସ୍ଥଳକୁ ପୋଲିସ ନ ଯିବା ଯୋଗୁଁ ଶେଷରେ ବାଧ୍ୟ ହୋଇ ଲୋକେ ଅଟକ ଗାଡି ଗୁଡିକୁ ଛାଡ଼ି ଦେଇଥିବା ଖବର ମିଳିଛି । ଅପରପକ୍ଷରେ ଅଟକ ଥିବା ୫ଟି ଗାଡି ବ୍ୟତିତ ଆଉ ୪ଟି ଗୋରୁ ବୋଝେଇ ଗାଡି ଫେରାର ହୋଇ ଯାଇଥିବା ଜଣାଯାଇଛି । ଉକ୍ତ ଗାଡ଼ି ଗୁଡିକରେ ୬ରୁ ୭ଟି ଲେଖାଏଁ ଗାଈ ଓ ବଳଦ ଗୁଡିକୁ ଅତି ନିର୍ଦ୍ଧୟ ଭାବେ ଅନ୍ୟତ୍ର ଚାଲାଣ କରାଯାଉଥିଲା । ଏହି ଗାଈ ଗୋରୁକୁ ଆଜି ଆଗଲପୁର ବ୍ଲକ ରୋତ ସପ୍ତାହିକ ବଜାରରୁ କିଣା ଯାଇଥିବା ବେଳେ ତୁଷୁର। ଯାଉଥିବା ଜଣେ ଗାଡି ଡ୍ରାଇଭର ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଗତ ମଙ୍ଗଳବାର ଦିନ ଏକ ୧୦ ଚକିଆ କଣ୍ଟେନରରେ ୫୦ରୁ ଅଧିକ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଗାଡିକୁ ଲୋଇସିଂହା ପୋଲିସ ଗାଡି ଜବତ କରିବା ସହିତ ୬ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଆଜି ପୁଣି ଗୋରୁ ଚାଲାଣକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି । ଘଟଣାସ୍ଥଳରେ କେଶରୀୟା ହିନ୍ଦୁ ବାହିନୀର ସଦସ୍ୟ ପହଞ୍ଚି ଲୋଇସିଂହା ପୋଲିସକୁ ଖବର ଦେଇଥିଲେ ମଧ୍ୟ ପୋଲିସ ନ ଯିବାରୁ ସାଧରଣରେ ପୋଲିସର କାର୍ଯ୍ୟକଳାପ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.