oum

ଜନସାଧାରଣଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ଆଶିଷ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : କାହାକୁ ଦୟା କରିବା ପରିବର୍ତ୍ତେ ତାକୁ ସାହାଯ୍ୟ କର, ଦୟା କଲେ ସ୍ଵାଭିମାନୀ ମଣିଷ ନତମସ୍ତକ ହୋଇଯାଇ ପାରେ । ତେଣୁ ଦୟା ବଦଳରେ ତାଙ୍କୁ ସହାୟତା ପ୍ରଦାନ କର । ପ୍ରତି ବଦଳରେ ତାଙ୍କୁଠାରୁ ଧନ୍ୟବାଦ ଗ୍ରହଣ ନ କରି ବରଂ ଅନ୍ୟ ଲୋକଙ୍କୁ ସହାୟତା କରିବା ପାଇଁ ତାଙ୍କୁ ପ୍ରୋତ୍ସାହିତ କର । ଏହି ଉକ୍ତିଗୁଡ଼ିକୁ ନିଜ ଜୀବନରେ ପ୍ରୟୋଗ କରି ଜନସାଧାରଣଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ଆଶିଷ । ସୂଚନା ଅନୁସାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଆଶିଷ ଯୁବାଖୋଲ ପ୍ରାଥମିକତା ଶିକ୍ଷା ସମାପ୍ତ ପରେ ତାଲପାଲି ଜୁନିଅର କଲେଜ ଯୁକ୍ତଦୁଇ ପାସ କରିଥିଲେ । ସେହିପରି ଜମଲା ଡିଗ୍ରୀ କଲେଜ ଜମଲା, (କଳା) ସ୍ନାତକ ପାସ କଲେ । ଏହା ପରେ ସେ ଚାକିରୀ ପ୍ରସ୍ତୁତି ପାଇଁ ସମ୍ବଲପୁରରେ ମହେନ୍ଦ୍ର କୋଚିଙ୍ଗ ସେଣ୍ଟରରେ ନାମ ଲେଖାଇଲେ । କରୋନା କଟାକଣା ଯୋଗୁ ସେ ଛଅମାସ ଖଣ୍ଡିଏ କୋଚିଙ୍ଗ କରି ଘରକୁ ଫେରି ଆସିଥିଲେ । ଏବେ ସେ ଘରେ ଅଛନ୍ତି । ଏହା ପରେ ସେ ବିଭିନ୍ନ ସମାଜସେବା ଶୁଖିଲା ଖାଦ୍ୟ ବଣ୍ଟନ ‌। କରୋନା ସଚେତନତା ବାର୍ତ୍ତା ଲୋକଙ୍କୁ ବାଣ୍ଟି ଚାଲିଥିଲେ । ଆନ୍ଦୋଳନରେ ତାଙ୍କର ଅଗ୍ରଣୀ ଭୂମିକା ଦେଖିବାକୁ ମିଳେ ଅନେକ ସମୟରେ । ଆଦିବାସୀ ଓବିସି ଦଲିତ ସେନା ପକ୍ଷରୁ ଥାନା ଘେରାଉ ଏଥିରେ ମଧ୍ୟ ଯୋଗ ଦେଇଥିଲେ । ଜାତିପ୍ରଥା ଭଳି ଘୃଣ୍ୟ ସାମାଜିକ ବ୍ୟାଧି ବିରୋଧରେ ସେ ସଂଗ୍ରାମ ଜାରି ରଖିଛନ୍ତି । ଗାନ୍ଧୀ ଦର୍ଶନକୁ ଅନୁସରଣ କରି ନିଜ ସାମାଜ ସେବା କାର୍ଯ୍ୟକୁ ଆଗେଇ ନେଇଛନ୍ତି ଆଶିଷ । ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ଭଲ ଭାବେ ପରିଚିତ । ଗାଁର ସମସ୍ୟା, ଲୋକଙ୍କ ସମସ୍ୟାକୁ ଟୁଇଟ୍ କରି ସରକାରଙ୍କ ଦୃଷ୍ଟି ଗୋଚର କରୁଛନ୍ତି ଆଶିଷ । ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଲୋକଙ୍କୁ ସହାୟତା ପାଇଁ ହାତ ବଢାନ୍ତେ ତେବେ ସମାଜର ଉନ୍ନତି ସାଧିତ ହୋଇ ପାରନ୍ତା ଏବଂ ସମାଜରେ ଭାଇଚାରା ବାର୍ତ୍ତା ପ୍ରସାରିତ ହୋଇପାରନ୍ତା ବୋଲି ଆଶିଷ ଜ୍ୟୋତିଷ କହିଛନ୍ତି ।

Leave A Reply

Your email address will not be published.