om academy

କଅଁସର ଇଓଙ୍କ ବଦଳିକୁ ନେଇ ଗ୍ରାମବାସୀ ଅସନ୍ତୋଷ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କଅଁସର କାର୍ୟ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁଙ୍କୁ ଅନ୍ୟ ପଂଚାୟତ ବଦଳି ହୋଇଥିବା ଗ୍ରାମବାସୀ ଜାଣିବା ପାଇଁ ଅସନ୍ତୋଷ ପ୍ରକାଶ ପାଇଛି । ତାଙ୍କ ପୂର୍ବରୁ ଦାୟିତ୍ୱରେ ଥିବା ଇଓ ରୁଦ୍ରାକ୍ଷ ଥପା ଲକ୍ଷାଧିକ ଟଙ୍କା ହେର୍‌ଫେର୍‌ କରିଥିଲେ । ଯାହା ଫଳରେ ତାଙ୍କୁ ଅନ୍ୟ ପଂଚାୟତକୁ ବଦଳି ହୋଇଗଲା । ତାପରେ କଅଁସର ପଂଚାୟତରେ ଦୀର୍ଘ ୨ବର୍ଷ ହେଲାଣି ଦାୟିତ୍ୱ ଗ୍ରହଣ କରିଥିଲେ ଇଓ ସତ୍ୟପ୍ରିୟ ସାହୁ । ହଠାତ ତାଙ୍କ ବଦଳି ହୋଇ ଯାଇଥିବା ଏବେ ଜଣାପଡିଛି । ସେ ଦୀର୍ଘ ଦୁଇ ବର୍ଷ ହେଲାଣି ଏହି ପଂଚାୟତର ବିକାଶ ଉପରେ ନଜର୍‌ ଦେଇ ଆସିଥିଲେ । କଅଁସର ଗ୍ରାମର ସାହୁପଡାକୁ ଜଳ ଯୋଗାଣ, କେଛୋମହାନ ଗ୍ରାମକୁ ଜଳଯୋଗାଣ ଭଳି ଅନେକ କାମ ସାଙ୍ଗେ ସାଙ୍ଗେ ହୋଇ ଯାଇଥିଲା, ଯାହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ବେଶ୍‌ ଖୁସିର ଲହରୀ ଖେଳିଯାଇଛି ।
ଲୋକମାନେ କାମ ନ ହେଲେ ବ୍ଳକ ପ୍ରଶାସନ ନିକଟରେ ଫେରାଦ ହୋଇଥାଆନ୍ତି । ହେଲେ ତାଙ୍କୁ ଯିଏ ଫୋନ କରି ଦେଉଥିଲା । ସାଙ୍ଗେ ସାଙ୍ଗେ କାମ ହେଇ ଯାଉଥିଲା । ତେବେ ଏଭଳି ଏକ ଇଓଙ୍କ ବଦଳି ହୋଇଥିବା ବେଳେ ଏବେ ଆନ୍ଦୋଳନ ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି । ଏବେ ଏହି ପଂଚାୟତକୁ ଇଓ ଭାବରେ ଶରତ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ପୁନଃ ଏହି ପଂଚାୟତରେ ତାଙ୍କୁ ନିଯୁକ୍ତ କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି । ଯଦି ପ୍ରଶାସନ ପଦକ୍ଷେପ ନ ନେଲେ, ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.