centurian jitm

ମହାନଗରରେ ବିଦ୍ୟୁତ ସମସ୍ୟା ଜଟିଳ, ଜନସାଧାରଣରେ ଅସନ୍ତୋଷ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆକାଶ ଛୁଆଁ ବିଦ୍ୟୁତ ଦର ବର୍ତ୍ତମାନ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଉ ବିଦ୍ୟୁତ ଦର ବୃଦ୍ଧି ଲାଗି ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ ଦର ବୃଦ୍ଧି ଲାଗି ଗ୍ରାହକମାନେ ଅଭିଯୋଗ କରନ୍ତି । ସେହି ସମୟରେ ବିଦ୍ୟୁତ କର୍ମଚାରୀମାନେ ଭୂଲ ସୂଚନା ଦିଅନ୍ତି, ଯାହାକି ଗ୍ରାହକଙ୍କ ମନରେ ସଂଦେହ ସୃଷ୍ଟି କରୁଛି, କି ବିଦ୍ୟୁତ ବିଭାଗ ତରଫରୁ ହରିଲୁଟ କରାଯାଉନି ତ ? ମେ’ ମାସରେ କୋରୋନା କାୟା ବିସ୍ତାର କରିଥିଲା । ତେଣୁ ବିଦ୍ୟୁତ କର୍ମଚାରୀମାନେ ଆସି ମିଟର ରିଡିଙ୍ଗ କରିନଥିଲେ । ତେଣୁ ବିଦ୍ୟୁତ କର୍ମଚାରୀମାନେ ଅନଲାଇନ ବିଲ ଦେଇଥିଲେ ଆଉ ଯେତେବେଳେ କୋରୋନାର ସଂକ୍ରମଣ କମିଥିବା ଯୋଗୁ ରାଜ୍ୟ ସରକାରଙ୍କ ଦ୍ଵାରା ଲକ୍‌ଡାଉନ୍‌ କୋହଳ କରାଯାଇଥିଲା । ସେହି ସମୟରେ ବିଦ୍ୟୁତ କର୍ମଚାରୀ ଘରୁ ଆସି ମିଟର ରିଡିଙ୍ଗ କରିଥିଲେ ଏବଂ ବିଲ ଦେଇଥିଲେ ତାଙ୍କ ବିଲ୍ ଦେଖି ଗ୍ରାହକଙ୍କ ମୁଣ୍ଡରେ ବଜ୍ର ପଡିଥିଲା । ଓଡ଼ିଶା ଗୋଟିଏ ରାଜ୍ୟ ଯିଏ ନିଜେ ବିଦ୍ୟୁତ ଉତ୍ପାଦନ କରେ । ତା’ହେଲେ ସେହି ଓଡିଶା ରାଜ୍ୟବାସୀ କାହିଁକି ବିଦ୍ୟୁତ ପାଇଁ ହନ୍ତସନ୍ତ ହେବେ ?

ଗଞ୍ଜାମ ଜିଲ୍ଲାରେ ଅନେକ ସ୍ଥାନରେ ବିଦ୍ୟୁତ ସମସ୍ୟା ଯେମିତିକି ଲୋ ଭୋଲଟେଜ୍‌ ଅପ ଏଣ୍ଡ ଡାଉନ, ପାୱାର କଟ ସମସ୍ୟା ଦେଖିବାକୁ ମିଳୁଛି ଏବଂ ବିଦ୍ୟୁତ ବିଭାଗ ତରଫରୁ କୌଣସି ପ୍ରକାରର ସନ୍ତୋଷ ଜନକ ଉତ୍ତର ମିଳୁନି । ଆଉ ଯେବେ ଜନତା/ଅଞ୍ଚଳବାସୀ ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ସମସ୍ୟା ବିଷୟରେ ପଚାରନ୍ତି ସେହି ସମୟରେ ବିଦ୍ୟୁତ କର୍ମଚାରୀ କହନ୍ତି କି ଆମର ରିଷ୍ଟୋରେସନ ରହୁନି, ସେଥିପାଇଁ ଆମକୁ ଲାଇନ କାଟିବାକୁ ପଡୁଛି ।

ବର୍ତ୍ତମାନ କରୋନା ସମୟ ଚାଲିଛି, ସ୍ଥିତିକୁ ଦେଖିକି ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତି ନିଆଯାଇଛି । ଅନ୍‌ଲାଇନ କ୍ଳାସ ହେବ । କିନ୍ତୁ ଏମିତି ବିଦ୍ୟୁତ କାଟ ହେଲେ ପିଲାମାନେ ପାଠ ପଡ଼ିବେ କେମିତି ?

ଏମିତି ଅନେକ ପ୍ରକାର ବିଦ୍ୟୁତ ସମସ୍ୟା ଦେଖିବାକୁ ମିଳିଛି ଯାହାକୁ ଧରିକି ଗଞ୍ଜାମ ଜିଲ୍ଲାର ରାଜନୈତିକ ଦଳ (ବିଜେପି) ଏବଂ ସାମାଜିକ ଅନୁଷ୍ଠାନ ବିରୋଧ କରିଛନ୍ତି । କିନ୍ତୁ ସରକାରଙ୍କ ତରଫରୁ କିଛି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିିଁ କାହିଁକି ବୋଲି ସାଧାରଣରେ ପଅଣ୍‌ନ ଉଠୁଛି ।

Leave A Reply

Your email address will not be published.