om academy

ମୁଣ୍ଡ ଉପରେ କରୋନା ସଂକ୍ରମଣ ଘାଇଁ ଘାଇଁ ପଇଁତରା ମାରୁଥିବା ବେଳେ ବଲାଙ୍ଗିର ସହରରେ ଅସମ୍ଭାଳ ଭିଡ଼

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨ ଦିନ ଧରି ସଟ୍‌ଡାଉନ୍‌ ଓ ଲକ୍‌ଲାଉନ୍‌ ଆରମ୍ଭ ହେବାକୁ ଆଉ ଦୁଇ ଦିନ ବାକି ରହିଥିବା ବେଳେ ଆଜି ପୂର୍ବାହ୍ନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ବଲାଙ୍ଗିର ସହରରେ । ଡେଲିମାର୍କେଟ୍‌ ଅଂଚଳରେ ଗାଡ଼ି ମୋଟର, ମୋଟର ସାଇକେଲ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି ଜନଗହଳିକୁ ହଟେଇବା ଉଦ୍ଦେଶ୍ୟରେ । ଅନ୍ୟପଟେ ବଣିକ ସଂଘର ଡାକରା କ୍ରମେ ଦିନ ୨ଟାରୁ ଜାରି ରହିଛି ଦୋକାନ ବଜାର୍‌ ବନ୍ଦ ପ୍ରକିୟା । ଏମିତି ବେଳାରେ ବଲାଙ୍ଗିର ସହରର ଗୋପାଲଜୀ ମନ୍ଦିର ରୋଡ଼, ସମଲେଇ ମନ୍ଦିର ରୋଡ଼, ସିନେମା ହଲ୍‌ ରାସ୍ତା ସହ ପିପି ଏକାଡେ଼ମୀ ଛକରୁ ବିକ୍ରମ ଛକ ଯାଏଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । କରୋନା ସଂକ୍ରମଣ କାଳରେ ଏମିତି ଭିଡ଼ ଯେ, ଯେକେହି ଦେଖିଲେ ମୁଣ୍ଡରେ ହାତ ଦେବ । ସହର ଭିତରେ ରହିଥିବା ଅନ୍ୟାନ୍ୟ ରାସ୍ତାରେ ମଧ୍ୟ ଭିଡ଼ ରହିଥିବା ସୂଚନା ରହିଛି । କରୋନା ସଂକ୍ରମଣ ସମୟରେ ଏଭଳି ଭିଡ ଯଦିବି ଆଦୌ ଗ୍ରହଣୀୟ ନୁହେଁ, ତଥାପି ଲୋକେ ଲକ୍‌ଡାଉନ୍‌କୁ ଆଖି ଆଗରେ ରଖି ମାର୍କେଟିଂ କରିବା ପାଇଁ ବୋଧହୁଏ ବ୍ୟସ୍ତ ବିବ୍ରତ ହୋଇ ଉଠିଛନ୍ତି । ବୁଦ୍ଧିଜୀବୀମାନଙ୍କ ମତରେ ଏମିତି ଭିଡ଼ ଯୋଗୁଁ ହୁଏତ ସଂକ୍ରମଣ ଆହୁରି ହୁ ହୁ ହୋଇ ବଢ଼ି ଯାଇପାରେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ କିଛି ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି ।

Leave A Reply

Your email address will not be published.