
ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱର୍ଗାରୋହଣ କଲେ ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ଐତିହାସିକ ପୃଥ୍ୱୀରାଜ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କଲ୍ୟାଣ ମିଶ୍ର । ସେ ଜଣେ ଛାତ୍ର ବତ୍ସଳ, ମେଳାପୀ ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ନିଧନ ଖବର ପାଇ ସାରା ଅଞ୍ଚଳ ତଥା ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।