centurian jitm

ତିନି ଦିନିଆ ଜାତୀୟ କରାଟେ ଚାମ୍ପିୟାନ୍‌ସିପ୍‌ ଆରମ୍ଭ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନଠାରେ ତିନି ଦିନିଆ ଜାତୀୟ ଫୁଲ୍ କଣ୍ଟାକ୍‌ଟ୍‌ କରାଟେ ଚାମ୍ପିୟାନ୍‌ସିପ୍‌ ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଚାମ୍ପିୟାନ୍‌ସିପ୍‌ର ଆବାହକ ସନ୍ତୋଷ ତନ୍ତୀ ସେନସାଇଙ୍କ ଆବାହକତ୍ଵ ତିଳୋତ୍ତମା ମିତ୍ରଙ୍କ ସଂଯୋଜନା, ଅନୁଷ୍ଠାନର ସୁପ୍ରିମ ଜଜ୍ ସେନସାଇ ସୁପ୍ରତିମ ମିତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାମ୍ପିୟାନ୍‌ସିପ୍‌ର ଅଧ୍ୟକ୍ଷ ତଥା ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ମନୋଜ କୁମାର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଜାତୀୟ ଉପସଭାପତି କାଜଲ ଦେ, ଜାତୀୟ କୌଶଳ ନିର୍ଦ୍ଦେଶକ ସୋନୁ ପାଣ୍ଡେ ଓ ଜ୍ୟୋତି ମହାନନ୍ଦ ତଥା ଜାତୀୟ ସ୍ତରର ବିଚାରକ ଚନ୍ଦ୍ର ଦେଓ, ପଙ୍କଜ ଗୁପ୍ତା, ବାଳ ସୁବ୍ରମଣ୍ୟମ, ରାଜୁ ଶ୍ରୀବାସ୍ତବ, ବିଶ୍ୱଜିତ, ରୂତୁପୂର୍ଣ୍ଣା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ଶ୍ରୀ ମହାନନ୍ଦ, ସଭାପତି ଶ୍ରୀ ମିତ୍ର ସେମାନଙ୍କ ବକ୍ତବ୍ୟରେ ଏଭଳି ଜାତୀୟ ସ୍ତରର କରାଟେ ଚାମ୍ପିୟାନ୍‌ସିପ୍‌ ପାଇଁ ଆବାହକ ଶ୍ରୀ ତନ୍ତୀଙ୍କୁ ସାଧୁବାଦ ଦେବା ସହ ଏହା ତ୍ୱାରା ମାନସିକ ଓ ଶାରିରୀକ ଦୃଢ଼ତା ଏବଂ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ମତ ରଖିଥିଲେ । ଏହି ଚାମ୍ପିୟାନ୍‌ସିପ୍‌ରେ କାତା, ବେସିକ୍, କ୍ୟୁମିତେ ଓ ଡେମୋନସ୍ରେସନ୍‌ରେ ଲାଇଟ୍, ମିଡିଲ, ହେବିୱେଟ ଆଦିରେ ପ୍ରତିଯୋଗିତା କରାଯାଇ ଆସନ୍ତା ୩୧ ତାରିଖରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିବେ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏଥିରେ ୮ରୁ ୧୦, ୧୦ରୁ ୧୨, ୧୨ରୁ ୧୬ବର୍ଷ ବୟସର ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ ନେପାଳରୁ ପ୍ରାୟ ୨୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ଲଲାଟେନ୍ଦୁ ସାହୁ, ରୂପା ଭଟ୍ଟ, ନିକୁଞ୍ଜ ବିହାରୀ ନାୟକ, ଅଶୋକ ଶର୍ମା, ଆଲୋକ ସିଂ, ହାପି ତନ୍ତୀ, ରେବତୀ ମହାନନ୍ଦ, ବିଧାନ ଚନ୍ଦ୍ର କୁମ୍ଭାର, ଅରବିନ୍ଦ ସିଂ, ବଳରାମ ତନ୍ତୀ, ରଶ୍ମିତା କିଷାନ, ସଂଗ୍ରାମ ପଟ୍ଟନାୟକ, ଯଶୋଦା ମୁଣ୍ଡା, ଦେବିକା ଭୁମିଜ, ନୀରଞ୍ଜନୀ ମଣ୍ଡଳ, ରଞ୍ଜିତା ଗୁଡିଆ, ଆକାଶ ମୁଣ୍ଡାରୀ, ନୁଆସ ଲୁଗୁନ, ଥୋମାସ ଲୁଗୁନ, ସାଇନ୍ ଲୁଗୁନ, ସୌରଭ ମିଶ୍ର, ଅଶୋକ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.